ଟାଇଫଏଡର ଘରୋଇ ଉପଚାର

ଟାଇଫଏଡ୍ ଏକ ବିପଦଜନକ ଜ୍ୱର। ଏଥିରେ ଜ୍ୱରର ତାପମାନ ବହୁତ ଅଧିକ ଥାଏ ଯାହା ୧୫, ୨୧ ବା ୨୭ ଦିନ ପର୍ଯ୍ୟନ୍ତ ରହିପାରେ। ଏପରି ସ୍ଥିତିରେ କିଛି ବିଶେଷ କଥା ଉପରେ ଧ୍ୟାନ ରଖିଲେ ନା କେବଳ ଏଥିରୁ ରକ୍ଷା ପାଇ ପାରିବେ, ଏହାର ପ୍ରଭାବକୁ ମଧ୍ୟ କମେଇପାରିବେ। ଅପରିଷ୍କାର ସ୍ଥାନରେ ଟାଇଫଏଡର ପ୍ରାଦୁର୍ଭାବ ଅଧିକ ଦେଖାଯାଏ। ଆସନ୍ତୁ ଜାଣିବା ଏଥିରୁ କିପରି ରକ୍ଷା ପାଇପାରିବେ।
ଟାଇଫଏଡର ବ୍ୟାକ୍ଟେରିଆ ଆମର ଛୋଟ ଆନ୍ତରେ ଦେଖିବାକୁ ମିଳିଥାଏ ଓ ଝାଡା ଦ୍ୱାରା ବାହାରକୁ ଆସିଥାନ୍ତି। ମାଛି ଦ୍ୱାରା ଏହାର ସଂକ୍ରମଣ ହୋଇଥାଏ। ମାଛିମାନେ ଖାଦ୍ୟ ଓ ପାଣିକୁ ଦୂଷିତ କରିଦିଅନ୍ତି। ଏହି ଖାଦ୍ୟ ଓ ପାଣି ଯଦି କୌଣସି ସୁସ୍ଥ ବ୍ୟକ୍ତି ଉପଯୋଗ କରେ ତେବେ ସେ ଏହା ଦ୍ୱାରା ଆକ୍ରାନ୍ତ ହୋଇଯାଏ। ଦୂଷିତ ରକ୍ତ ଦେବା, ଟାଇଫଏଡ୍ ରୋଗୀର ତଉଲିଆ ବ୍ୟବହାର କରିବା ଓ ତାର ଛଡା ଯାଇଥିବା ଖାଦ୍ୟକୁ ଖାଇବା ଦ୍ୱାରା ଟାଇଫଏଡର ସଂକ୍ରମଣ ଅଧିକ ହେବାର ସମ୍ଭାବନା ଥାଏ। ଟାଇଫଏଡ୍ରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପାୟ ଅନୁସରଣ କରିପାରିବେ। ତୁଳସୀ ଓ ଗୋଲମରିଚକୁ ଏକ ସମୟରେ ଖାଇଲେ ଉପଶମ ମିଳିଥାଏ। ଏହି ଜ୍ୱର ପାଇଁ ଗାଜର ରସ ମଧ୍ୟ ଉପାଦେୟ। ପ୍ରତ୍ୟେକ ଦିନ ଅଦା ଓ ସେଓର ଜୁସ୍ ପିଇବା ଦ୍ୱାରା ଏହାର ସଂକ୍ରମଣ କମ୍ ହୋଇଥାଏ। ଏକ କପ୍ ଗରମ ପାଣିରେ ୨-୩ ଚାମଚ ମହୁ ମିଶାଇ ପିଅନ୍ତୁ। ମହୁ ଦ୍ୱାରା ଟାଇଫଏଡର ବ୍ୟାକ୍ଟେରିଆ ମରିଥାନ୍ତି। ପୋଦିନା ପତ୍ର ଓ ଅଦାର ଜୁସ୍ ପିଇବା ଦ୍ୱାରା ଜ୍ୱର କମିଥାଏ। ପାଣିରେ ଲବଙ୍ଗକୁ ଫୁଟାଇ ସେହି ପାଣିକୁ ପ୍ରତ୍ୟେକ ଦିନ ପିଅନ୍ତୁ। ଏହା ଦ୍ୱାରା ସଂକ୍ରମଣ କମିଥାଏ। ଗାଈ କ୍ଷୀର ପିଇବା ମଧ୍ୟ ଉପକାରୀ।