ପଶ୍ଚିମବଙ୍ଗରେ ବଢୁଛି ହିଂସା: ଯାଞ୍ଚ ପାଇଁ ପହଞ୍ଚିଲା ଗୃହ ମନ୍ତ୍ରାଳୟର ସ୍ୱତନ୍ତ୍ର ଟିମ୍

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗ ମତଦାନ ପରେ ହିଂସା। ରାଜ୍ୟରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି। କେଉଁଠି ବିଜେପି ଅଫିସକୁ ଜଳାଇ ଦିଆଯାଉଛି ତ କେଉଁଠି ବିଜେପି ନେତାଙ୍କ ଗାଡି ଉପରେ ଆକ୍ରମଣ ହେଲାଣି। ତେବେ ହିଂସା ସ୍ଥିତି ଆକଳନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ୪ ଜଣ ସଦସ୍ୟ ବିଶିଷ୍ଟ ଏକ ଦଳ ରାଜ୍ୟକୁ ଗସ୍ତ କରିଛନ୍ତି।

ପୂର୍ବରୁ ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏହି ହିଂସାକୁ ରୋକିବା ପାଇଁ କହିଥିଲେ, କିନ୍ତୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛି ବିଜେପି।