କଳାହାଣ୍ଡିରେ ହୋମଗାର୍ଡ ପ୍ରତିଷ୍ଠା ଦିବସ ପାଳିତ

କଳାହାଣ୍ଡି,ଏନ୍ଏନ୍ଏସ୍: ୫୭ ତମ ହୋମଗାର୍ଡ ପ୍ରତିଷ୍ଠା ଦିବସ କଳାହାଣ୍ଡି ହୋମଗାର୍ଡ ସଙ୍ଘ ଦ୍ୱାରା ଭବାନୀପାଟଣା ରିଜର୍ଭ ପୁଲିସ ପଡ଼ିଆରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସକାଳ ୮ଟା ୩୦ମିନିଟରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧର ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ।

ଏହି ପରିପ୍ରେକ୍ଷୀରେ ସେ କହିଥିଳେ ଯେ ହୋମଗାର୍ଡମାନେ ହେଉଛନ୍ତି ଆମ ଦେଶର ଜାଗ୍ରତ ପ୍ରହରୀ ଯିଏକି କୌଣସି ଜରୁରୀକାଳୀନ ପରିସ୍ଥିତି ହେଉ କିମ୍ବା ଟ୍ରାଫିକ ନିୟନ୍ତ୍ରଣ ହେଉ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ସଦାସର୍ବଦା ଆମ ସୁରକ୍ଷା ପାଇଁ ଚେଷ୍ଟିତ, ତେଣୁ ହୋମଗାର୍ଡମାନଙ୍କୁ ସମ୍ମାନ ଦେବା ସମସ୍ତେଙ୍କ କର୍ତ୍ତବ୍ୟ ବୋଲି କହିଥିଲେ। ଏହା ବ୍ୟତୀତ ପୁଲିସ ଡିଏସପି ଜିଏସ ମଣିପାତ୍ର ଯୋଗଦେଇ ହୋମଗାର୍ଡମାନଙ୍କ କାର୍ୟ୍ୟକୁ ପ୍ରଶଂସା କରିଥିଲେ।