ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣେଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଏଜେନ୍ସି: ଆଜି ରଙ୍ଗର ପର୍ବ ହୋଲି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୋଲିର ଏହି ଶୁଭ ଦିନରେ ସମସ୍ତଙ୍କୁ ମୋର ଶୁଭେଚ୍ଛା । ରଙ୍ଗର ପର୍ବ ହୋଲି ଭାଇଚାରାର ପର୍ବ । ଏହି ପର୍ବ ଲୋକଙ୍କ ଜୀବନରେ ଖୁସି, ଆନନ୍ଦ, ଉଲ୍ଲାସ ଭରିଦିଏ । ଏହି ପର୍ବ ସଂସ୍କୃତିକ ବିବିଧତାରେ ରାଷ୍ଟ୍ରୀୟ ଚେତନାକୁ ଅଧିକ ଶକ୍ତି ପ୍ରଦାନ କରୁ ବୋଲି କାମନା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ସେହିପରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆପଣ ସମସ୍ତଙ୍କୁ ହୋଲିର ଅନେକ ଅନେକ ଶୁଭେଚ୍ଛା । ଆନନ୍ଦ, ଉଲ୍ଲାସ, ଆଶାର ଏହି ପର୍ବ ପ୍ରତ୍ୟେକଙ୍କ ଜୀବନରେ ଏକ ନୂଆ ଉତ୍ସାହ ଓ ଉଦ୍ଦୀପନା ସଂଚାର କରୁ।