ହୋଲି ପାଇଁ ରାଜଧାନୀରେ ମୁତୟନ ହେବେ ୧୫ ପ୍ଲାଟୁନ ପୁଲିସ ଫୋର୍ସ

ଭୁବନେଶ୍ୱର, ଏନ ଏନ ଏସ:  ହୋଲି ପାଇଁ କରୋନା କଣ୍ଟା। କଟକଣା ମଧ୍ୟରେ ପାଳନ ହେବ ହୋଲି ପର୍ବ। ବଢ଼ୁଥିବା କୋଭିଡ ଆକ୍ରାନ୍ତ ସଂଖ୍ୟା କୁ ନଜରରେ ରଖି ରାଜଧାନୀ ଭୁବନେଶ୍ବରରେ ହୋଲି ଖେଳ ନେଇ କଟକଣା ଜାରି କରାଯାଇଛି। ଏନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ କହିଛନ୍ତି ‘ବାହାରେ ନ ଖେଳି ନିଜ ପରିବାର ସହ ଘରେ ହୋଲି ଖେଳନ୍ତୁ। ବିଏମସିର ସମସ୍ତ କୋଭିଡ କଟକଣା ମାନିବାକୁ ଭୁବନେଶ୍ବରବାସୀଙ୍କୁ ସେ ଅନୁରୋଧ କରିଛନ୍ତି। ହୋଲି ପାଇଁ ଭୁବନେଶ୍ବରରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ ବୋଲି ଡିସିପି କହିଛନ୍ତି। ବିଭିନ୍ନ ଛକ ଓ ଗାଧୁଆ ତୁଠରେ ପୋଲିସର ନଜର ରହିବ। ୨୦ଟି ପିସିଆର ପାଟ୍ରୋଲିଂ କରିବ, ଷ୍ଟ୍ରାଇକିଂ ଫୋର୍ସ ମୃତୟନ ହେବେ। କଟକଣା ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।