ଅକ୍ଟୋବର ୧ରୁ ବନ୍ଦ ହେବ ଘରୋଇ ମେଡ଼ିକାଲ

ଭୁବନେଶ୍ୱର,୧ା୯/ଏନ୍ଏନ୍ଏସ୍: ବିଭିନ୍ନ ଦାବିରେ ଆସନ୍ତା ଅକ୍ଟୋବର ୧ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଲ୍ ଓଡ଼ିଶା ପ୍ରାଇଭେଟ୍ ମେଡିକାଲ୍ ଏଷ୍ଟାବ୍ଲିଶ୍ମେଣ୍ଟ୍ ଫୋରମ୍ ଆନ୍ଦୋଳନକୁ ଓହ୍ଲାଇବ। ଏହି ଆନ୍ଦୋଳନରେ ରାଜ୍ୟର ୨ହଜାରରୁ ଊଦ୍ଧ୍ୱର୍ ହସ୍ପିଟାଲଗୁଡ଼ିକ ସାମିଲ ହୋଇ ରୋଗୀ ସେବା ବନ୍ଦ କରିବେ। ଏହି ବନ୍ଦରେ ରୋଗୀ ସେବା ବ୍ୟାଘାତ ହେଲେ ରାଜ୍ୟ ସରକାର ଦାୟୀ ରହିବେ। ଆଇଏମ୍ଏ ହାଉସ୍ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଫୋରମ୍ ଏହି ଚେତାବନୀ ଦେଇଛି। ଫୋରମ୍ର ଦାବିକୁ ଯଦି ରାଜ୍ୟ ସରକାର ଚଳିତ ମାସେ ଭିତରେ ପୂରଣ ନକରନ୍ତି, ତାହାଲେ ଅକ୍ଟୋବର ୧ରୁ ଚରମ ନିଷ୍ପତ୍ତି ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଫୋରମ୍ ପକ୍ଷରୁ କୁହାଯାଇଛି।