ଅଧ୍ୟାପକଙ୍କ ନାମରେ କଳଙ୍କ: ଛାତ୍ରୀଙ୍କୁ ଅସାଦାଚାରଣ କରି ଗିରଫ ହେଲେ

ଉତ୍ୟକ୍ତ ଛାତ୍ରଛାତ୍ରୀ କଲେଜ ଗେଟରେ ତାଲା ପକାଇଲେ

ବାରିପଦା,ଏନ୍ଏନ୍ଏସ୍: ଅଧ୍ୟାପକଙ୍କ ନାମରେ କଳଙ୍କ। ଜଣେ ଛାତ୍ରୀ ଙ୍କୁ କ୍ଲାସ ରୁମରେ ଏକୁଟିଆ ପାଇ ଅସାଦାଚାରଣ କରିବାପରେ ପୁଣି ଧମକ ଦେଇଥିବାର ଅଭିଯୋଗ ହୋଇଅଛି। ପିଡୀତା ଛାତ୍ରୀ ଙ୍କୁ ଧମକଦେଇ କହିଛ”ି ଯଦି ଏ ବାବାଦରେ କାହାକୁ କହିବୁ ତେବେ ଜୀବନ ସାରା କଲେଜରେ ରହିଥିବୁ କେବେକି ପାଶ କରିପାରିବୁନି । ଏହିଭଳି ଏକ ଲଜ୍ୟାଜନକ ଘଟଣା ଘଟିଅଛି ବାରିପଦା ସ୍ଥିତ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟରେ।

ଚଳିତ ମାସ ୧୫ ତାରିଖରେ ଇଂରାଜୀ ବିଭାଗର ଏସଓଡି ତଥା ଅଧ୍ୟାପକ ବିଦ୍ୟାଧର ଅଣ୍ଡିଆ ଜଣେ ପିଜି ଦ୍ୱିତୀୟ ବର୍ଷ ର ଛାତ୍ରୀ ଙ୍କୁ ଏକ୍ସଟ୍ରା କ୍ଲାସ ନେବାପାଇଁ କହି ଡାକିଥିଲେ। ମାତ୍ର କେହି ଛାତ୍ର ଛାତ୍ରୀ ଆସିନଥିବାରୁ ସଂପୃକ୍ତ ଛାତ୍ରୀ ଜଣକ ପଲାଇ ଯିବାକୁ ବାହାରିବାରୁ ତାଙ୍କୁ ଅଧ୍ୟାପକ ଜଣକ କ୍ଲାସ ଖୋଲି ବସିବାକୁ କହିଥିଲେ। ଏହାପରେ ଏକୁଟିଆ ପାଇ ସଂପୃକ୍ତ ଛାତ୍ରୀ ଙ୍କ ସହିତ ଅସାଦାଚାରଣ କରିଥିଲେ।

ଏହାକୁ ଛାତ୍ରୀ ଜଣକ ବିରୋଦ୍ଧ କରିବାରୁ ତାଙ୍କୁ ନାନାଦି ଧମକ ଚମକ ମଧ୍ୟ ଦେଇଥିଲେ ଅଧ୍ୟାପକ। ଖାଲି ଏତିକିନୁହେଁ ପୂର୍ବରୁ ଅଧ୍ୟାପକ ଜଣକ ଛାତ୍ରୀ ଙ୍କୁ ଅଶ୍ଳୀଳ ଇଙ୍ଗିତ କରିବାସହ ଖରାପ ବ୍ୟବହାର ମଧ୍ୟ କରିଥିବାର ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି। ଏହି ଘଟଣା କୁ ନେଇ ଛାତ୍ରୀ ଓ ତାଙ୍କର ସାଙ୍ଗମାନେ କଲେଜ ର ଅଧ୍ୟକ୍ଷା ଙ୍କୁ ଜଣାଇବାପରେ ମଧ୍ୟ ଆଜି ପର୍ଯ୍ୟ” କୈାଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଆଜି କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇବାସହ ଉତ୍ୟକ୍ତ ଛାତ୍ର ଛାତ୍ରୀ ମାନେ କଲେଜ ଗେଟରେ ତାଲାପକାଇଥିଲେ।

ଛାତ୍ର ଛାତ୍ରୀ ମାନେ ଅଧ୍ୟାପକ ଜଣକ କଲେଜ ଆସିଥିବାର ଖବରପାଇ ସମସ୍ତ ରୁମରେ ଖୋଜିବାକୁ ଲାଗିଥିଲେ ଏପରିକି କଲେଜର କାଚ , କବାଟ ଝରକା ଆଦି ଭାଙ୍ଗିବାକୁ ଲାଗିଥିଲେ। ଏହିପ୍ରକାର ଉତ୍ତେଜନା ଦିନ ତମାମ କଲେଜରେ ଲାଗିରହିଥିଲା। ଅଧ୍ୟାପକ ଜଣକ ଏକ କୋଠରୀରେ ଲୁଚିରହିଥିଲେ। ପରେ ତାଙ୍କୁ ସେହି କୋଠରୀରେ ଲୁଚିରହିଥିବାବେଳେ ଛାତ୍ର ଚାତ୍ରୀ ମାନେ ତାଙ୍କୁ ଧରିଥିଲେ।

ତେବେ ଅଧ୍ୟାପକ ଙ୍କ ପ୍ରତିକ୍ରୀୟା ମିଳିପାରିନଥିବାବେଳେ ତାଙ୍କୁ ଏଚଓଡି ଦାୟିତ୍ୱ , ଲାଙ୍ଗୁଏଜ ଲ୍ୟାବ ଏବଂ ପରୀକ୍ଷା ଦାୟିତ୍ୱରୁ ହଟାଇ ଦିଆଯିବା ସହିତ ଉଛ ଶିକ୍ଷା ବିଭାଗର ସେକ୍ରେଟ୍ରେରୀ ଙ୍କୁ ରିପୋର୍ଟ କରାଯାଇଥିବାର ଅଧ୍ୟକ୍ଷା ଝରଣା ବେହେରା କହିଛନ୍ତି। ଏ ବାବଦରେ କଲେଜ ଓ ପିଡୀତା ଛାତ୍ରୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯିବାରୁ ଅଭିଯୁକ୍ତ ଅଧ୍ୟାପକ ବିଦ୍ୟାଧର ଅଣ୍ଡିଆ ଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଅଛି।