ଇତିହାସ ହୋଇଯିବ କି ଟେଲିଫୋନ୍ ଲ୍ୟାଣ୍ଡଲାଇନ୍? ଟ୍ରାଇ ରିପୋର୍ଟ

ଭୁବନେଶ୍ୱର, ଏନ୍ଏନ୍ଏସ୍ :ଇତିହାସ ପାଲଟିବାକୁ ଯାଉଛି ଲ୍ୟାଣ୍ଡଲାଇନ୍ ଫୋନ୍ ସେବା । ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ବା ଟ୍ରାଇର ରିପୋର୍ଟ ଅନୁସାରେ, ଓଡିଶାରେ କମିଛି ଲ୍ୟାଣ୍ଡଲାଇନ୍ ଗ୍ରାହକଙ୍କ ସଂଖ୍ୟା । ଖାଲି ଓଡିଶା ନୁହେଁ, ସାରା ଦେଶରେ ଏହି ଅବସ୍ଥା । ମୋବାଇଲ ଫୋନର ବ୍ୟବହାର ଯେତିକି ଦ୍ରୁତ ଗତିରେ ବଢ଼ୁଛି, ତା’ଠାରୁ ଅଧିକ ଗତିରେ କମୁଛି ଲ୍ୟାଣ୍ଡଲାଇନ ଫୋନ ।

ଘରେ ଯେତେବେଳେ ଲ୍ୟାଣ୍ଡଲାଇନ ଫୋନର ରିଙ୍ଗ ବାଜିଉଠେ । ସେତେବେଳେ ଯିଏ ଯେଉଁଠି ଥାଏ ଧାଇଁ ଆସିଥାଏ ଫୋନ ଉଠାଇବାକୁ । କିନ୍ତୁ ମୋବାଇଲ ଓ ଇଂଟରନେଟ୍ ଯୁଗରେ ଟାଇପ ରାଇଟର, ଫ୍ୟାକ୍ସ ମେସିନ ଭଳି ଇତିହାସ ପାଲଟିବାକୁ ବସିଛି ଲ୍ୟାଣ୍ଡଲାଇନ ସେବା । ଟେଲେକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ବା ଟ୍ରାଇର ରିପୋର୍ଟ ଅନୁସାରେ ଓଡିଶାରେ ବିଏସଏନଏଲ୍ ଗତ ଜୁନ ମାସରେ ଗ୍ରାହକ ସଂଖ୍ୟା ୨,୧୪,୪୬୨ ଥିଲାବେଳେ ଜୁଲାଇରେ ଏହା ଖସି ୨,୦୯,୭୯୩କୁ ଖସିଛି । ଗୋଟିଏ ମାସ ମଧ୍ୟରେ କମିଯାଇଛନ୍ତି ୪,୬୬୯ ଗ୍ରାହକ । କେବଳ ଓଡ଼ିଶା ନୁହେଁ ସାରା ଦେଶରେ ଏହି ଅବସ୍ଥା । ମୋବାଇଲ ଫୋନର ବ୍ୟବହାର ଯେତିକି ଦ୍ରୁତ ଗତିରେ ବଢ଼ୁଛି, ତା’ଠାରୁ ଅଧିକ ଗତିରେ କମୁଛି ଲାଣ୍ଡଲାଇନ ଫୋନ ।