ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲୀ ପାକିସ୍ତାନ ବିରୋଧୀ ମ୍ୟାଚ ସମୟରେ ଏକ ଖାସ୍ ରେକର୍ଡ ନିଜ ନାଁରେ କରି ଇତିହାସ ରଚିଛନ୍ତି । କୋହଲୀ ଦିନିକିଆ ମ୍ୟାଚରେ ଦ୍ରୁତତମ ୧୩ ହଜାର ରନ୍ ପୂରଣ କରିବାରେ ସଫଳ ହୋଇଛନ୍ତି । କୋହଲୀଙ୍କ ପୂର୍ବରୁ ଏହି ରେକର୍ଡ କ୍ରିକେଟ ଜଗତର ଭଗବାନ ସଚ୍ଚିନ ତେନ୍ଦୁଲକରଙ୍କ ନାଁରେ ଥିଲା ।
ବିରାଟ କୋହଲୀ ଆଜିର ମ୍ୟାଚରେ ଧୂଆଁଦାର ବ୍ୟାଟିଂ କରି ଦିନିକିଆ କ୍ୟାରିୟରର ୪୭ତମ ଶତକ ହାସଲ କରିଛନ୍ତି । କୋହଲୀ ୮୪ତମ ବଲରେ ଶତକ କରିବାରେ ସଫଳ ହୋଇଥିଲେ । ପାକିସ୍ତାନ ବିରୋଧୀ ଏହି ମ୍ୟାଚରେ କୋହଲୀଙ୍କ ବ୍ୟତୀତ କେଏଲ ରାହୁଲ ତାଙ୍କ ଦିନିକିଆ କ୍ୟାରିୟରର ୬ଷ୍ଠତମ ଶତକ ହାସଲ କରିଛନ୍ତି ।