ଐତିହାସିକ ବାଲିଯାତ୍ରାକୁ ମିଳିବ ସରକାରୀ ମାନ୍ୟତା

ଭୁବନେଶ୍ୱର,ଏନ୍ଏନ୍ଏସ୍:ଓଡିଶାର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ପ୍ରତୀକକୁ ନେଇ କାଳ କାଳରୁ ଚାଲିଆସୁଥିବା ବାଲିଯ।।ତ୍ରାକୁ ମିଳିବ ସରକାରୀ ମାନ୍ୟତା । କଟକ ଐତିହାସିକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ହୋଇସାରିଛି।। ଏହି ମହୋତ୍ସବକୁ ରାଜ୍ୟସ୍ତରୀୟ ମାନ୍ୟତା ଦେବା ପାଇଁ ଦାବି ହୋଇଆସୁଥିଲା। ଶେଷରେ ରାଜ୍ୟ ସରକାର ଏହି ଦାବିକୁ ମାନି ନେଇ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା ଦେଇଛନ୍ତି। ଯାହା ଦ୍ବାରା ବାଲିଯାତ୍ରା ରାଜ୍ୟସ୍ତରୀୟ ମହୋତ୍ସବରେ ପରିଣତ ହୋଇଛି।

ଏଣିକି ବାଲିଯାତ୍ରା ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇଦେବେ। ଏହା ସହ ସଂସ୍କୃତି ଓ ନଗର ଉନ୍ନନୟନ ବିଭାଗ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ଶୁକ୍ରବାର ଲୋକସେବା ଭବନରେ ବସିଥିବା ପ୍ରସ୍ତୁତି ବୈଠକ ପରେ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣରୁ ଆରମ୍ଭ ହୁଏ ଓଡିଶାର ପ୍ରସିଦ୍ଧ ମହୋତ୍ସବ ବାଲିଯାତ୍ରା ପର୍ବ। ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ବ୍ୟବସାୟୀମାନେ ଏଠାକୁ ଆସି ପସରା ମେଲାଇଥାନ୍ତି। ଏଠାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ। ପୂର୍ବରୁ ବାଲିଯାତ୍ରାକୁ ଦେଶର ସବୁଠାରୁ ବଡ ବାଣିଜ୍ୟ ବ୍ୟବସାୟର ପେଣ୍ଠସ୍ଥଳ ବୋଲି ମଧ୍ୟ କୁହାଯାଏ। ​‌