ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୨୩ ତାରିଖରୁ ହୀରାକୁଦରୁ ପ୍ରଥମ ବନ୍ୟା ଜଳ ଛଡ଼ାଯିବ । ଉପର ମୁଣ୍ଡରେ ବର୍ଷା ଯୋଗୁ ଜଳ ଭଣ୍ଡାରର ଜଳସ୍ତର ବଢ଼ୁଛି । ତେଣୁ ବନ୍ୟା ଜଳ ନିଷ୍କାସନ ପାଇଁ ଡ୍ୟାମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏଥିଯୋଗୁ ମହାନଦୀ ଓ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବ । ସେଥିପାଇଁ ଜନସାଧାରଣଙ୍କୁ ଡ୍ୟାମ କର୍ତ୍ତୃପକ୍ଷ ଆଗୁଆ ସତର୍କ କରାଇଛନ୍ତି ।