ହିନା ପାଇଲେ ବଡ଼ କାମ

ନିକଟରେ ବଲିଉଡ଼ର ଅଭିନେତ୍ରୀ ହିନା ଖାନ୍ ଏକ ବଡ଼ ପ୍ରୋଜେକ୍ଟ ପାଇଛନ୍ତି ଯଦିଓ ସେ ଏବେ ଏକାଧିକ ପ୍ରୋଜେକ୍ଟରେ କାମ କରୁଛନ୍ତି। ଏହି କାମ ପାଇଁ ସେ ଖୁସି ଥିବା ଜଣାପଡ଼ିଛି। ଧାରାବାହିକ ‘କସୌଟି ଜିନ୍ଦେଗୀ କୀ-୨’ ଛାଡ଼ିବା ପରେ ସେ ତାଙ୍କ ଫିଲ୍ମ କ୍ୟାରିୟର ପାଇଁ ବ୍ୟସ୍ତ ଥିବା ଜଣାପଡ଼ିଛି। ସୂଚନାନୁସାରେ ସେ ‘ଲାଇନ୍ସ’, ‘ୱିଶ୍ ଲିଷ୍ଟ’ ଓ ‘ଦ କଣ୍ଟ୍ରି ଅଫ୍ ୱାଇଲ୍ଡ’ର ସୁଟିଂ ଶେଷ କରିଛନ୍ତି।

ସେ ବଡ଼ କାମ ପାଇବା ଫଳରେ ଡ଼ିଜିଟାଲ୍ ପ୍ଲାଟ୍ଫର୍ମରେ ଡ଼େବ୍ୟୁ କରିଥିବା ଜଣାପଡ଼ିଛି। ହଙ୍ଗାମା ପ୍ଲେ’ରେ ଅପକମିଂ ୱେବ୍ ସିରିଜ ‘ଡ଼୍ୟାମେଜ୍ ୨’ରେ ହିନା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କ ସହିତ ଅଭିନେତା ଅଧ୍ୟନ ସୁମନ ଅଭିନୟ କରୁଛନ୍ତି। ଏହା ଭିତରେ ସୁଟିଂ କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ହିନାଙ୍କ ସୁଟିଂ ସମୟର ଫଟୋ ଏବେ ସୋସାଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ହିନା ପ୍ରଥମେ ଧାରାବାହିକାରେ ପାଦ ଥାପିଥିଲେ। କିଛି ବର୍ଷ କାମ କରିବା ପରେ ବିଗବସ୍ ରେ ସେ ଭାଗ ନେଇଥିଲେ, ଆଉ ଏବେ ବଡ଼ ପରଦାରେ ତାଙ୍କ ଯାଦୁକରୀ ଅଭିନୟ ଦେଖିବାକୁ ମିଳିବ।