ବେଆଇନ ବାଲି ଚାଲାଣ ବେଳେ ହାଇୱା ଗାଡି ଥାନାରେ ଅଟକ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ରେ ବେଆଇନ ଭାବେ ଅନେକ ଥର ବାଲି ଚୋରା ଚାଲାଣ ହେଉଥିବା ବେଳେ ତହସିଲ ପ୍ରଶାସନ ପକ୍ଷରୁ ତତ୍ପରତା ସହ ଅନେକ ଥର ଟ୍ରାକ୍ଟର ଭଳି ଅନକେ ଗାଡିକୁ ଫାଇନ ଆଦାୟ ମଧ୍ୟ କରି ସାରିଛନ୍ତି। କିନ୍ତୁ ଆଜି ସଇଁନ୍ତଲା ତହସିଲ ବିଭାଗ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ହାଇୱା ଗାଡିକୁ ଅଟଳ ରଖି ଥାନାରେ ଜିମା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଆମ୍ବପାଲି ଘାଟିରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ନେଇ ତହସିଲଦାରଙ୍କୁ ଖବର ମିଳିବା ପରେ ତହସିଲ କାର୍ଯ୍ୟାଳୟ ପଟରୁ ଦେଇ ସଇଁନ୍ତଲା କଲେଜ ଛକ ପର୍ଯ୍ୟନ୍ତ ଗାଡିଟି ଯାଉଥିଲା। ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଆଇଆଇ ଅଶ୍ୱିନୀ କୁମାର ଜାଲ, ସରୋଜ ଜାଲ, ମେଘନାଦ ଦୀପ, ଜିତୁ କୁମ୍ଭାର, ମଣ୍ଟୁ ନନ୍ଦ ପ୍ରମୁଖ ଗାଡିଟିକୁ ଅଟକାଇବା ସହ ଥାନାରେ ପୁଲିସକୁ ଜିମା ଦେଉଛନ୍ତି। ଗାଡି ମାଲିକ ରଘୁନନ୍ଦ ଅଗ୍ରୱାଲ ମାଲିକ (ଓଡ଼ି-୦୮ଏମ-୬୪୮୫)।

ଏହି ଗାଡିଟି ଖରିଆରକୁ ଟ୍ରାନ୍ସପୋର୍ଟ ହେଉଥିବା ଜଣାପଡିଛି। ଗାଡି ଡ୍ରାଇଭର ରତନ ମାଝୀ ଙ୍କୁ ସଇଁନ୍ତଲା ଥାନାରେ ଅଟକ ରହିଥିବା ବେଳେ ଘଟଣା ସମ୍ପର୍କରେ ପୁଲିସ ତଦନ୍ତ କରୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଫାଇନ ଆଦାୟ କରିନ ଥିବା ଜଣାପଡିଛି।