ଭାରତ ନିର୍ମାଣ କରୁଛି ବିଶ୍ୱର ସର୍ବୋଚ୍ଚ ରେଳ ପୋଲ, ରେଳମନ୍ତ୍ରୀ ସେୟାର କଲେ ଫଟୋ

ନୂଆଦିଲ୍ଲୀ,ଏଜେନ୍ସି: ଜାମ୍ମୁ-କାଶ୍ମୀରରେ ବିଶ୍ୱର ସର୍ବୋଚ୍ଚ ରେଳ ପୋଲର ନିର୍ମାଣ ହେଉଛି। ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏ ସମ୍ପର୍କରେ ଟୁଇଟ କରି ସୂଚନା ଦେଇଛନ୍ତି। ରେଳମନ୍ତ୍ରୀ ଶ୍ରୀ ଗୋୟଲ ବ୍ରିଜର ଭିତ୍ତିଭୂମି ସଂପର୍କରେ ମଧ୍ୟ ଫଟୋ ଜାରି କରିଛନ୍ତି। ଚୋନାବ ନଦୀ ଉପରେ ନିର୍ମାଣାଧୀନ ଏହି ପୋଲ ୪୭୬ ମିଟର ଲମ୍ବ। ଇନ୍ଦ୍ରଧନୁ ଆକାରର ଏହି ବ୍ରଜ ରେଳବାଇର ମହତ୍ୱପୂର୍ଣ୍ଣ ପ୍ରକଳ୍ପର ଅଂଶବିଶେଷ ଅଟେ, ଯାହାକି କଶ୍ମୀରକୁ ଭାରତ ସହିତ ଯୋଡ଼ିବ।

ରେଳମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି ଯେ, ଭିତ୍ତିଭୂମି ମାର୍ବଲ ଇନ ମେକିଂ, ଭାରତୀୟ ରେଳବାଇ ଏବଂ ଇଂଜିନିୟରିଂର ଏକ ବିରଳ ନମୁନା ଏହି ପ୍ରକଳ୍ପରେ ଦେଖିବାକୁ ମିଳିଛି। ଏହା ବିଶ୍ୱର ସର୍ବୋଚ୍ଚ ରେଳ ପୋଲ ହେବ। ୧୨୫୦ କୋଟି ଟଙ୍କା ବ୍ୟୟରେ ଏହି ପୋଲର ନିର୍ମାଣ ଚାଲିଛି।

ଏହି ରେଳ ପୋଲ ରିକ୍ଟର ସ୍କେଲରେ ୮ ତୀବ୍ରତାର ଭୂକମ୍ପକୁ ମଧ୍ୟ ସମ୍ମୁଖୀନ ହୋଇପାରିବ। ରେଳବାଇ ଅଧିକାରୀଙ୍କ ଅନୁସାରେ ବ୍ରିଜର ଲମ୍ବ ୧୩୧୫ ମିଟର। ଏହାର ନିର୍ମାଣ କାମ ୨୦୧୭ ନଭେମ୍ବରରେ ହୋଇଥିଲା। ଏହା ହେଉଛି ଭାରତର ପ୍ରଥମ କେବୁଲ-ଷ୍ଟେ ରେଳ ପୋଲ। ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏହାର ନିର୍ମାଣ କାମ ଶେଷ ହେବ ବୋଲି ଅନୁମାନ କରାଯାଉଛି। ବ୍ରିଜରେ ମୋଟ ୧୭ଟି ଖମ୍ବ ଲାଗିଛି। ସବୁଠାରୁ ଉଚ୍ଚ ଖମ୍ବର ଉଚ୍ଚତା ୧୩୩.୭ ମିଟର। ପୋଲ ନିର୍ମାଣ ଲାଗି ମୋଟ ୨୫ ହଜାର ମେଟ୍ରିକ ଟନ ଷ୍ଟିଲ ବ୍ୟବହାର ହୋଇଛି। ଏହି ପୋଲ ଉପରେ ଟ୍ରେନ ଘଣ୍ଟା ପିଛା ୧୦୦ କିମି ବେଗରେ ଦୌଡ଼ିପାରିବ।