ନୂଆଦିଲ୍ଲୀ: ଦେଶରେ ଜିଏସଟି ଆଇନ ଲାଗୁ ହେବା ପରଠୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୨ ମାର୍ଚ୍ଚରେ ସର୍ବାଧିକ ଜିଏସଟି ଆଦାୟ ହୋଇଛି । ୨୦୨୨ ମାର୍ଚ୍ଚରେ ୧.୪୨ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିବା ଜଣାପଡ଼ିଛି । ଏନେଇ ଅର୍ଥ ମନ୍ତ୍ରଣାଳୟ ନିଜ ଟୁଇଟର ଆକାଉଣ୍ଟରେ ସୂଚନା ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ବର୍ଷକୁ ବର୍ଷ ଜିଏସଟି ଆଦାୟ ବଢ଼ିବାରେ ଲାଗିଛି । ୨୦୨୧ ମାର୍ଚ୍ଚ ଅପେକ୍ଷା ୨୦୨୨ ମାର୍ଚ୍ଚରେ ଜିଏସଟି ଆଦାୟ ୨ଗୁଣା ରହିଛି । ଅନ୍ୟପଟେ ୨୦୨୦ ମାର୍ଚ୍ଚ ତୁଳନାରେ ୪୬ ପ୍ରତିଶତ ଅଧିକ ରହିଛି ।