ବଢିପାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛୁଟି ଅବଧି, ଖରା ଦେଖି ନିଷ୍ପତ୍ତି ନେବାକୁ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ କଳବଲ ହେଉଛନ୍ତି ସାରା ଓଡିଶାବାସୀ । ଖରା ବଢୁଥିବାରୁ ରାଜ୍ୟରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟକୁ ମେ ୨ ତାରିଖ ଯାଏଁ ଛୁଟି ରହିଛି । ତେବେ ଏହି ଛୁଟି ଅବଧିକୁ ଆହୁରି ବୃଦ୍ଧି କରାଯାଇପାରେ । ଏନେଇ ବିଚାର ବିମର୍ଷ ଚାଲିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି, ସାରା ରାଜ୍ୟରେ ଏବେ ଗ୍ରୀଷ୍ମ ଲହରୀ ଜାରି ରହିଛି । ଆଗକୁ କିଛି ଏପରି ସ୍ଥିତି ରହିବ । ତେଣୁ ବର୍ତ୍ତମାନ ଖରାର ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । କାହିଁକି ନା ପୂର୍ବରୁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ମେ ୨ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ ଉଚ୍ଚଶିକ୍ଷା ବିଭାଗ ।