୧୯ରୁ ବନ୍ଦ ହେବ ଉଚ୍ଚ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଆସନ୍ତା ୧୯ ତାରିଖରୁ ବନ୍ଦ ରହିବ। ଶ୍ରେଣୀ ଗୃହ କ୍ଲାସ ଓ ସମସ୍ତ ପରୀକ୍ଷା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତି ଦେଖି ପରେ ପରୀକ୍ଷା ସମୟ ଧାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି। ଏଥିସହିତ ୧୯ ତାରିଖ ସୁଦ୍ଧା ହୋଷ୍ଟେଲ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଆଉ ଠିକ୍ ସମୟରେ ସିଲାବସ୍ ସାରିବାକୁ ଅନଲାଇନ କ୍ଲାସର ପରାମର୍ଶ ମଧ୍ୟ ଦିଆଯାଇଛି। ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଏବେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଏନେଇ ସବୁ କୁଳପତି ଓ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି।