ଏଣିକି ଉଚ୍ଚଶିକ୍ଷା ବିଭାଗରେ ବାୟୋମେଟ୍ରିକ୍ ଉପସ୍ଥାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉଚ୍ଚଶିକ୍ଷାରେ ସଂସ୍କାର ଆଣିବାକୁ ଯାଇ ସମ୍ପୃକ୍ତ ବିଭାଗଙ୍କ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି। ଏଣିକି ଉଚ୍ଚଶିକ୍ଷା ବିଭାଗରେ ବାୟୋମେଟ୍ରିକ୍ ରେ ଉପସ୍ଥାନ ରହିବ। ଦିନ ୧୦.୩୦ ସୁଦ୍ଧା ଅଫିସ୍ ଆସିବାକୁ ସମସ୍ତ ଆସିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଦିନ ୧୧ଟା ପରେ ପହଞ୍ଚିଲେ ଲେଟ୍ ଆଟେଣ୍ଡାନ୍ସରେ ଗଣାଯିବ। ମାସକୁ ୩ଥର ଏପରି ବିଳମ୍ବ ହେଲେ ଛୁଟି ବିବେଚନା କରାଯିବ। ଦିନ ସାଢ଼େ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ରହିବେ। ଇନ୍ ଓ ଆଉଟ୍ ପଞ୍ଚ୍ ନଦେଲେ ଉକ୍ତ ଦିନଟିକୁ ଛୁଟି ବିବେଚନା କରାଯିବ ବୋଲି ସୂଚନା ଦିଆଯାଇଛି।