ସବୁଜ ବାଣକୁ ହାଇକୋର୍ଟର ସବୁଜ ସଙ୍କେତ

କଟକ,ଏନ୍ଏନ୍ଏସ୍: ଚଳିତ ବର୍ଷ ଦୀପାବଳୀରେ ସବୁଜ ବାଣ ଫୁଟାଇବାକୁ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। କେବଳ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେସନ (ପିଇଏସଓ) ଅନୁମତିପ୍ରାପ୍ତ କ୍ରାକର ଫୁଟାଇ ହେବ ବୋଲି ହାଇକୋର୍ଟ କହିଛନ୍ତି। ଅଲ ଓଡ଼ିଶା ଫାୟାର ଡିଲର ଆସୋସିଏସନ ଅନୁମତି ମାଗିଥିଲା।ସୂଚନାଯୋଗ୍ୟ, କେବଳ ଦୀପାବଳି ଦିନ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ମିଳିଛି।