ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭା ସାମ୍ନା ପିଏମଜି ଛକରେ ଯୁବକର ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ହଠାତ୍ ଜଣେ ଯୁବକ କିଛି ମନ୍ତ୍ରୀଙ୍କ ନାଁ ନେଇ ମହିଳାଙ୍କ ବେକରେ ଛୁରୀ ଲଗାଇ ପୁଲିସକୁ ନାକେଦନ କରିଥିଲା। ପାଗଳ ଭଳି ପ୍ରଳାପ କରିବା ସହ ମହିଳାଙ୍କ ବେକରେ ଛୁରୀ ଲଗାଇ ଧମକ ଦେଇଥିଲା। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୧୪୪ ଧାରା ଜାରି ହେବା ସହ ୨୦ ପ୍ଲାଟୁନ ପୁଲିସ ଉପସ୍ଥିତ ରହିଥିଲେ। ପୁଲିସ ବହୁ କଷ୍ଟରେ ଯୁବକ କବଳରୁ ମହିଳାଙ୍କୁ ଉଦ୍ଧାର କରିବା ସହ ଯୁବକଙ୍କୁ ହେପାଜତକୁ ନେଇଥିଲା। ଏହି ସମୟରେ ଯୁବକ ଜଣକ ଇଂରାଜୀରେ କହିଥିଲେ ଯେ, ‘ରାଜ୍ୟପାଳ ସାର ମୁଁ ପାଗଳ ନୁହେଁ। ମୋତେ ଉଦ୍ଧାର କରନ୍ତୁ। ଦଶପଲ୍ଲାରେ ୧୪୪ ଧାରା ଜାରି କରନ୍ତୁ।’
ମାନସିକ ଭାରସାମ୍ୟ ହରାଇଥିବା ସମ୍ପୃକ୍ତ ଯୁବକ ଜଣକ ନୟାଗଡ଼ର ଦଶପଲ୍ଲା କଉଡ଼ାର ବୋଲି ଜଣାପଡ଼ିଛି । ତାଙ୍କ ନାମ ଜିତେନ୍ଦ୍ର ପାଳ । ଆଉ ସମ୍ପୃକ୍ତ ମହିଳା ଜଣକ ସମ୍ପର୍କରେ ତାଙ୍କ ମା’। ଜିତେନ୍ଦ୍ରଙ୍କ ବାପା ମା’୨୦୧୪ ମସିହାରେ ଏକ ହତ୍ୟାକାଣ୍ଡ ଘଟଣାରେ ଜେଲ ଯାଇଥିଲେ । କରୋନା କଟକଣା ଆରମ୍ଭରୁ ଜିତେନ୍ଦ୍ରଙ୍କର ମୁଣ୍ଡ ରୋଗ ବାହାରିଥିବ ବେଳେ ସେ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ଗ୍ରାମବାସୀ କହିଛନ୍ତି।