କଟକ,ଏନ୍ଏନ୍ଏସ୍: ବିଡ଼ି ଏକ ତମ୍ବାଖୁ ଉତ୍ପାଦ । ଏହି ଦୃଷ୍ଟିରୁ ବିଡ଼ି ଉପରେ ପ୍ରବେଶ କର ଲାଗିପାରିବ । ଓଡ଼ିଶା ହାଇକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଓଇଟି(ଓଡିଶା ଏଣ୍ଟ୍ରି ଟ୍ୟାକ୍ସ) ଆଇନରେ ରହିଥିବା ଅନୁସୂଚୀରେ ସ୍ବତନ୍ତ୍ର ବସ୍ତୁ ଭାବେ ‘ସିଗାରେଟ ଓ ଲାଇଟର’ ଉଲ୍ଲେଖ ରହିଛି । ତେବେ ବିଡ଼ି ପ୍ରସଙ୍ଗରେ କେଣସି ସ୍ବତନ୍ତ୍ର ଉଲ୍ଲେଖ ନଥିବାରୁ ଓଇଟି ଆଇନ ଅନୁସାରେ ବିଡ଼ି ଉପରେ ପ୍ରବେଶ କର ଲାଗି ପାରିବ ନାହିଁ ବୋଲି ଆବେଦନକାରୀ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ ।
ଅନ୍ୟପଟେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, କେନ୍ଦୁପତ୍ର ଭିତରେ ତମ୍ବାଖୁ ଭର୍ତ୍ତି କରାଯାଇ ବିଡ଼ି ପ୍ରସ୍ତୁତ କରାଯାଇଥାଏ । ଏହାକୁ ସାଧାରଣତଃ ଗ୍ରାମାଞ୍ଚଳର ଲୋକମାନେ ସିଗାରେଟ୍ ଭଳି ଟାଣିଥାନ୍ତି । ତେଣୁ ବିଡ଼ି ତମ୍ବାଖୁ ଉତ୍ପାଦ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା । ତେବେ ମାମଲାର ଶୁଣାଣି କରି, ଆବେଦଦନକାରୀଙ୍କ ଯୁକ୍ତି ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ସମ୍ପୃକ୍ତ ଆଇନରେ ବିଡ଼ି ପ୍ରସଙ୍ଗରେ କେଣସି ସ୍ବତନ୍ତ୍ର ଉଲ୍ଲେଖ ନଥିବାରୁ ଓଇଟି ଆଇନ ଅନୁସାରେ ବିଡ଼ି ଉପରେ ପ୍ରବେଶ କର ଲାଗି ପାରିବ ନାହିଁ ବୋଲି ଦାୟର ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । ତମ୍ବାଖୁ ଓ ତମ୍ବାଖୁ ଉତ୍ପାଦ ଏତେ ବ୍ୟାପକ ଯେ ଏହା ବିଡ଼ିକୁ ଅନ୍ତର୍ଭୁକ୍ତ କରିପାରିବ ବୋଲି ହାଇକୋର୍ଟ କହିବା ସହିତ ବିଡ଼ି ଉପରେ ବିକ୍ରି ସପକ୍ଷରେ ଓଡିଶା ବିକ୍ରି କର ଟ୍ରିବୁନାଲ ପ୍ରଦାନ କରିଥିବା ରାୟକୁ କାଏମ ରଖିଛନ୍ତି ।