ଜିଆରଏସଙ୍କ ବଦଳି ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ

ପାଟଣା,ଏନ୍ଏନ୍ଏସ୍:କେନ୍ଦୁଝର ଜିଲାର ପାଟଣା ବ୍ଲକ୍ ସମେତ ୧୧ ଟି ବ୍ଲକର କାର୍ୟ୍ୟରତ ଜିଆରଏସଙ୍କର ନଭେମ୍ବର ୨୮ ତାରିଖରେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଜିଲାପାଳ ଙ୍କ ନିର୍ଦେଶ ମତେ ଅନ୍ୟ ପଞ୍ଚାୟତକୁ ବଦଳି ନିର୍ଦେଶ ଦେଇଥିଲେ। ମାସକୁ ସ୍ୱଳ୍ପ ବେତନ ପାଉଥିବା ଜିଆରଏସମାନେ ଏହି ବଦଳିରେ ଅସନ୍ତାଷ ବ୍ୟକ୍ତ କରି ଓଡିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଡଭୋକେଟ ପ୍ରଣବ କୁମାର ସାମନ୍ତରାୟ ଅଦାଲତରେ ଜିଆରଏସ ଙ୍କ ପାଇଁ ମାମଲା ଲଢୁଥିଲେ। ହାଇକୋର୍ଟ ତାଙ୍କ ମଧ୍ୟବର୍ତ୍ତୀ ଆଦେଶରେ ଜିଆରଏସମାନଙ୍କ ବଦଳି ନିର୍ଦେଶରେ ଗତ ମଙ୍ଗଳବାର ରହିତାଦେଶ ଜାରି କରିଛନ୍ତି।

ଏଥିସହ ଜିଲା ଜିଆରଏସ ସଙ୍ଘ ସରକାରୀ ନିର୍ଦ୍ଦେଶର ୭ଦିନ ନପୁରୁଣୁ ବଦଳିକୁ ଟାଳି ଦେଇ ପନର୍ବାର ମୁଳ ପଞ୍ଚାୟତରେ ଅବସ୍ଥାପିତ ହୋଇପାରିଛନ୍ତି। ଏଥିପୂର୍ବରୁ ରାଜ୍ୟ ବିଭିନ୍ନ ଜିଲାରେ ଜିଆରଏସ ସଙ୍ଘ ପକ୍ଷରୁ ରହିତାଦେଶ ଜାରି କରି ପୂର୍ବ ପରି ପଞ୍ଚାୟତରେ ଜିଆରଏସ ମାନେ ପୂର୍ବ ବତ କାର୍ୟ୍ୟ କରିଆସୁଛନ୍ତି।