ଘରୋଇ ସ୍କୁଲ ଫି ମାମଲା: କମିଟି ଆଧାରରେ ରିପୋର୍ଟ ଗ୍ରହଣ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୯ ମାସ ହେବ କରୋନା ଯୋଗୁଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଥିଲା। ଏହି ପରିପ୍ରେକ୍ଷୀରେ ପିଲାଙ୍କ ପାଠ ପଢ଼ାକୁ ଦୃଷ୍ଟିରେ ରଖି ଅନଲାଇନ ପାଠ ପଢ଼ାଗଲା। ପରୀକ୍ଷା ନିକଟତର ହେବା ପରେ ଘରୋଇ ସ୍କୁଲ ପକ୍ଷରୁ ଫି ଦାଖଲ କରିବାକୁ ନୋଟିସ ଆସିବା ପରେ ଏହାକୁ ଅଭିଭାବକମାନେ ବିରୋଧ କରିଛନ୍ତି।

ସାଧାରଣତଃ ଏହି କରୋନା ମହାମାରୀ ସମୟରେ ଅନେକ ରୋଜଗାରହରା ହୋଇଯାଇଥିଲେ। ଅନ୍ୟପଟେ ଘରୋଇ ସ୍କୁଲ ଫି କହିଲେ ଆକାଶ ଛୁଆଁ। ଏପଟେ ରୋଜଗାରହରା ଓ ସେପଟେ ସ୍କୁଲ ଫି ଯେପରି ବୋଝ ଉପରେ ନଳିତ ବିଡା ସାଜିଥିଲା।
ତେବେ ସ୍କୁଲରେ କ୍ଲାସ ହୋଇନଥିବା ବେଳେ ସମ୍ପୂର୍ଣ୍ଣ ସ୍କୁଲ ଫି ଆଦାୟ କରିବାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ପରେ ଅଭିଭାବକ ସଂଘ ଫି ହ୍ରାସ କରିବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ଏହି ପରିପ୍ରେକ୍ଷୀରେ ଆଜି କୋର୍ଟ ପକ୍ଷରୁ ଆପୋସ ବୁଝାମଣାରେ ମାମଲାର ଅନ୍ତ ଘଟିଛି। କୋର୍ଟ ନିର୍ଦ୍ଦେଶରେ ଗଠିତ ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରିପୋର୍ଟ ଗ୍ରହଣରେ କାହାର ଆପତ୍ତି ଥିଲେ ସାନି ରିଟ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ କେଉଁ ଶ୍ରେଣୀ ପାଇଁ କେତେ ଫି ହ୍ରାସ ହେବ ସେ ନେଇ କମିଟି ରିପୋର୍ଟ ଦେଇଥିଲା।