ହାଇକୋର୍ଟ ଏପ୍ରିଲ୍ ୧୫ ଯାଏ ସମ୍ପୂର୍ଣ୍ଣ ବନ୍ଦ

କଟକ,ଏନ୍ଏନ୍ଏସ୍ : ଭୟଙ୍କର କରୋନା ସଂକ୍ରମଣ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଗତ କାଲି ସମ୍ପୂର୍ଣ୍ଣ ଦେଶକୁ ଲକ୍ ଡାଉନ୍ କରିବା ପରିପ୍ରେକ୍ଷୀରେ ଓଡିଶା ହାଇକୋର୍ଟ ଏପ୍ରିଲ୍ ୧୫ ତାରିଖ ଯାଏ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରେଜିଷ୍ଟ୍ରାର୍ ଜୁଡିସିଆଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପରି ସୂଚନା ଦିଆଯାଇଛି। ତେବେ ଅତି ଜରୁରୀ ମାମଲା ଥିଲେ ଡେପୁଟି ରେଜିଷ୍ଟ୍ରାରଙ୍କୁ ଦିନ ୧୧ରୁ ୧୨ ମଧ୍ୟରେ ଇ ମେଲ୍ ମାଧ୍ୟମରେ ସୂଚନା ଦେବାକୁ କୁହାଯାଇଛି।