କଟକ,ଏନ୍ଏନ୍ଏସ୍ : ଦିନକୁ ଦିନ ଭୟଙ୍କର କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଘଟଣା ଓ ରାଜ୍ୟ ସରକାରଙ୍କ ତାଲା ବନ୍ଦ ଘୋଷଣା ପରିପ୍ରେକ୍ଷୀରେ ସୋମବାରଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟକୁ ବନ୍ଦ ରଖାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାର୍ (ଜୁଡିସିଆଲ୍)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏପରି ସ୍ଥିତିରେ ହାଇକୋର୍ଟର ୱେବ୍ ସାଇଟ୍ରେ ପ୍ରକାଶିତ କେସର ଲିଷ୍ଟକୁ ମଧ୍ୟ ସସପେଣ୍ଡ୍ କରାଯାଇଛି। ତେବେ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ମାମଲା ଥିଲେ ରେଜିଷ୍ଟ୍ରାର୍ (ଜୁଡିସିଆଲ୍)ଙ୍କ ହ୍ୱାଟସପ୍ ନମ୍ବରରେ ଜଣାଇବାକୁ କୁହାଯାଇଛି। ସେହିପରି କରୋନା ଭୂତାଣୁ ବୃଦ୍ଧିକୁ ଆଖି ଆଗରେ ରଖି ୨୪ ଘଣ୍ଟିଆ ଡାକ୍ତର ଟିମ୍ ଓ ଗାଡ଼ି ରଖିବାକୁ ମଧ୍ୟ ଆଦେଶ ଦିଆଯାଇଛି। ଆବଶ୍ୟକସ୍ଥଳେ ରୋଷ୍ଟର ଆଧାରରେ ଜରୁରୀ କାର୍ଯ୍ୟ କରିବା ପାଇଁ ରେଜିଷ୍ଟ୍ରାର୍ (ଜୁଡିସିଆଲ୍)ଙ୍କୁ କୁହାଯାଇଛି।