ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆସନ୍ତା ୩ଦିନ ସମ୍ବଲପୁର ବନ୍ଦ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆସନ୍ତା ୨୬, ୨୭ ଓ ୩୦ ତାରିଖରେ ପଶ୍ଚିମ ଓଡ଼ିଶାରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ, ବ୍ୟାଙ୍କ, ସମସ୍ତ ଅର୍ଥ ଲଗାଣକାରୀ ସଂସ୍ଥା ଓ କୋର୍ଟ ବନ୍ଦ ରହିବ ବୋଲି ଜିଲ୍ଲା ଓକିଲ ସଂଘ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ବନ୍ଦରୁ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବାଦ ଦିଆଯାଇଛି।