ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ୧୬ କର୍ମଚାରୀ କରୋନା ପଜିଟିଭ

ରାଞ୍ଚି,ଏଜେନ୍ସି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନର ୧୬ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଅଧିକାରୀ, ରୋଷେୟା, ଡ଼୍ରାଇଭର ଓ ଘରେ କାମ କରୁଥିବା କର୍ମଚାରୀ ଏବଂ ସୁରକ୍ଷା କର୍ମୀ ସାମିଲ ଅଛନ୍ତି। ସୂଚନା ଅନୁସାରେ, ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କର ନମୁନା ପରୀକ୍ଷା ପାଇଁ ପଠାଇଯାଇଥିଲା। ୫୦ ଜଣ କର୍ମଚାରୀଙ୍କ ମଧ୍ୟରୁ ୧୬ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ଏବେ ଏହି ଲୋକମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ରିପୋର୍ଟ ମଗାଯାଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପୁଣିଥରେ କରୋନା ପରୀକ୍ଷା କରିବେ ବୋଲି ସୂଚନା ଦେଇଛନ୍ତି ।