ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ବିଶ୍ୱ ଶର୍ମା

ଗୁହାଟୀ,ଏଜେନ୍ସି: ଗତକାଲି ବିଜେପି ବୈଠକରେ ନିଷ୍ପତ୍ତି ହେବା ପରେ ଆଜି ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ହେମନ୍ତ ବିଶ୍ୱ ଶର୍ମା ଶପଥ ନେଇଛନ୍ତି। ଆସାମର ରାଜ୍ୟପାଳ ଜଗଦୀଶ ମୁଖୀ ତାଙ୍କୁ ଶପଥ ପାଠ କରାଇଛନ୍ତି। ଏଥିସହିତ ଶ୍ରୀ ବିଶ୍ୱ ଶର୍ମା ଆସାମର ୧୫ ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପିର ସଭାପତି ଜେପି ନଡ୍ଡା ଓ ଅନ୍ୟ ନେତା ମାନେ ଉପସ୍ଥିତ ଥିଲେ।

ସୂଚନା ଅନୁସାରେ ଗତକାଲି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ମଧ୍ୟାହ୍ନରେ ବିଜେପିର ଦଳୀୟ ବୈଠକ ବସିଥିଲା। ବୈଠକରେ ହେମନ୍ତ ବିଶ୍ୱ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ନିର୍ବାଚିତ କରାଯାଇଥିଲା।