କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ହେମାମାଳିନୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଲିଉଡ୍ ଡ୍ରିମଗାର୍ଲ ତଥା ମଥୁରା ସାଂସଦ ହେମାମାଳିନୀ ଆଜି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି। ମଥୁରାରେ ତୈଳ ବିଶୋଧନାଗାରର ସମ୍ପ୍ରସାରଣ ଏବଂ ମଥୁରା ସଂସଦୀୟ କ୍ଷେତ୍ରର ସର୍ବାଙ୍ଗୀଣ ଉନ୍ନତି ଦିଗରେ ଆଲୋଚନା କରିଥିଲେ। ମଥୁରା ତୈଳ ବିଶୋଧନାଗାରର ଉନ୍ନତିକରଣ ଏବଂ ସେଠାରୁ ଉତ୍ତର ଭାରତକୁ ତୈଳ ଯୋଗାଣ ଉନ୍ନତିକରଣ ସହ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଅଧିକ ରୋଜଗାରକ୍ଷମ କରିବା ପାଇଁ ଆଲୋଚନା କରିଥିଲେ।