ଦେବଗଡ଼,ଏନ୍ଏନ୍ଏସ୍: କରୋନା ସଂକଟ ସମୟରେ ଅନୁଷ୍ଠିତ ହେଉଥିବା ଜେଇଇ ମେନ୍ ଓ ନିଟ୍ ପ୍ରବେଶିକା ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା ଯୋଗାଇଦେବା ପାଇଁ ସ୍ଥିର କରାଯାଇଛି। ନିଜ ଜିଲ୍ଲାର ନୋଡାଲ ସେଣ୍ଟରରେ ପରୀକ୍ଷାର୍ଥୀମାନେ ଆଡମିଟ୍ କାର୍ଡ ଦେଖାଇ ଏହି ସୁବିଧା ପାଇପାରିବେ। ଏଥିପାଇଁ ପ୍ରତି ଜିଲ୍ଲାରେ ସରକାରୀ ଆଇଟିଆଇରେ ନୋଡାଲ ସେଣ୍ଟର ଖୋଲାଯାଇଛି। ଦେବଗଡ ଜିଲ୍ଲାରେ ସରକାରୀ ପଲିଟେକନିକ୍ ମହାବିଦ୍ୟାଳୟରେ ନୋଡାଲ ସେଣ୍ଟର ଖୋଲାଯାଇଛି। ପରୀକ୍ଷାର୍ଥୀଙ୍କୁ ବିଭିନ୍ନ ସରକାରୀ ବ୍ୟବସ୍ଥା ସମ୍ପର୍କରେ ଅବଗତ କରିବା ନିମନ୍ତେ ଦେବଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଏହି ହେଲ୍ପଲାଇନ ନମ୍ବର ଗୁଡିକ ହେଲା, ଜନ ପ୍ରଶାସନ- ୮୮୯୫୮୦୯୮୫୫ ଏବଂ ଅଧ୍ୟକ୍ଷ ସରକାରୀ ପଲିଟେକ୍ନିକ୍ ମହାବିଦ୍ୟାଳୟ- ୯୯୩୭୪୯୯୦୫୦ / ୯୮୬୧୫୮୧୮୮୧। ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧ ତାରିଖରୁ ୬ ତାରିଖ ମଧ୍ୟରେ ଜେଇଇମେନ୍ ଓ ସେପ୍ଟେମ୍ବର ୧୩ ତାରିଖରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ। ଜିଲ୍ଲାର ପରୀକ୍ଷାର୍ଥୀମାନେ ଉପରୋକ୍ତ ନମ୍ବରରେ ଯୋଗାଯୋଗ କରି ସବିଶେଷ ତଥ୍ୟ ପାଇପାରିବେ।