କୋଭିଡ ମୃତକଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଆଜି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ମଧୁସୂଦନ ପେନସନ୍ ଯୋଜନା ମାଧ୍ୟମରେ ରାଜ୍ୟ ସରକାର କରୋନାରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି। ଏହା ସହିତ ଯେଉଁ ପିଲାମାନେ କରୋନାରେ ସେମାନଙ୍କର ବାପା-ମା’ଙ୍କୁ ହରାଉଛନ୍ତି ସେମାନଙ୍କୁ ମଧ୍ୟ ସରକାର ଏହି ଯୋଜନାରେ ସାମିଲ କରିବାକୁ ସହିତ ସେମାନଙ୍କ ପାଇଁ ମାଗଣାରେ ଶିକ୍ଷା ବ୍ୟବସ୍ଥା କରିଛନ୍ତି।