କୁଆଁପାଳ,ଏନ୍ଏନ୍ଏସ୍: ନାହାଙ୍ଗ ପଂଚାୟତ ଗୌଡଗୋପ ଗ୍ରାମର ଇନ୍ଦ୍ରମଣି ମଳିକ ସ୍ତ୍ରୀ କାମିନି ମଳିକ ଯିଏ କି ଘର ଦ୍ୱାର ଭାଙ୍ଗିଯାଇଥିବାରୁ ପର ପିଣ୍ଡାରେ ଦିନ କାଟୁଥିଲେ। ଭିକ୍ଷାବୃତି କରି ଜୀବନ ଅତିବାହିତ କରନ୍ତି । ଅର୍ଥ ଅଭାବରୁ ଘର ଖଣ୍ଡିଏ କରିପାରିଲେ ନାହିଁ। ଗତ ବର୍ଷାରେ ଘର ଭାଙ୍ଗିଯାଇଥିଲା। ପ୍ରଶାସନ ଦୟାପରବଶ ହୋଇ ଜରି ପାଲ ଖଣ୍ଡିଏ ଦେଇଥିଲେ।
ଆମ ମାହାଙ୍ଗାର ଅଧ୍ୟକ୍ଷ ଡ଼କ୍ଟର ଅମରେନ୍ଦ୍ର ମହାନ୍ତି ଏ ଘଟଣା ଜାଣିବା ପରେ ମାହାଙ୍ଗା କୃଷକ ବିକାଶ ମଞ୍ଚର ସଭାପତି ରାମ ଚନ୍ଦ୍ର ସ୍ୱାଇଁଙ୍କ ସହିତ ଉକ୍ତ ବାସହରା ପରିବାରକୁ ଭେଟଇ ଘର କରିବା ନିମନ୍ତେ ଆର୍ଥିକ ସହାୟତ ପ୍ରଦାନ କରିବା ସହିତ ଇଟା ପ୍ରଦାନ କରିଥିଲେ। ଘର ଆରମ୍ଭ ପରେ ଅବଶିଷ୍ଟ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା ବେଳେ ଦଳିତ ବସ୍ତି ତରଫରୁ ଡ଼କ୍ଟର ମହାନ୍ତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।