ଦୁଲଦୁଲି କଳା ପରିଷଦ ତରଫରୁ କଳାକାରଙ୍କୁ ସହାୟତା ପ୍ରଦାନ

ବଲାଙ୍ଗିର,ଏନ୍ଏନ୍ଏସ୍: ସାମ୍ପ୍ରତିକ କରୋନା ସମୟରେ ସବୁ ବର୍ଗର ଲୋକେ ଆର୍ଥିକସ୍ତରରେ ପ୍ରଭାବିତ ହୋଇଛନ୍ତି। ପ୍ର।।ୟ ୨ ବର୍ଷ ହେବ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇନଥିବାରୁ କଳାକାରଙ୍କ ଏକମାତ୍ର ରୋଜଗାରର ପନ୍ଥା ବନ୍ଦ ହୋଇଯାଇଛି। ଏଭଳି ସମୟରେ କଳାକାରଙ୍କ ପ୍ରତି ସହାୟତାର ହାତ ବଢ଼ାଇଛି ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଦୁଲଦୁଲି କଳା ପରିଷଦ। ଆଜି ସ୍ଥାନୀୟ କୋଶଳ କଳା ମଣ୍ଡଳଠାରେ ପରିଷଦ ତରଫରୁ ୨୦ଜଣ କଳାକାରଙ୍କୁ ସହାୟତା ପ୍ରଦାନ କରାଯାଇଛି। ପରିଷଦର ସମ୍ପାଦକ ବାସୁଦେବ ସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁନା ବାଗ, ବରିଷ୍ଠ କଳାକାର ନବୀନ କୁଅଁର, ନେପାଳ ବାଗ ଓ ଗଜେନ୍ଦ୍ର ମହାନନ୍ଦ ପ୍ରମୁଖ ଯୋଗଦେଇଥିଲେ। ତେବେ ଏହି ସହାୟତା ପଛରେ ଇଭେଣ୍ଟ ମ୍ୟାନେଜମେଣ୍ଟ ଆସୋସିଏସନ ଅଫ୍ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ସହଯୋଗ ରହିଛି ବୋଲି ଶ୍ରୀ ସା କହିଛନ୍ତି।