ରାଜ୍ୟ ସରକାରଙ୍କ ସହାୟତାରେ ଜାମ୍ମୁ କାଶ୍ମୀରରୁ ବିମାନରେ ଫେରିଲେ ୩୬୬ ଓଡ଼ିଆ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ସହଯୋଗରେ ଜମ୍ମୁ ଓ କାଶ୍ମୀରରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଆଜି ଓଡ଼ିଶା ଫେରୁଛନ୍ତି। ଏହି ପରିପ୍ରେକ୍ଷୀରେ ୩ଟି ବିମାନରେ ୩୬୬ ପ୍ରବାସୀ ଓଡ଼ିଆ ଫେରୁଛନ୍ତି। ତେବେ ଅପରାହ୍ଣରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଛନ୍ତି। ଏଥିରେ ଗଞ୍ଜାମକୁ ଫେରିବେ ସର୍ବାଧିକ ୨୮୦ ଓଡ଼ିଆ।

ସେହିପରି ଏଥିରେ ଯାଜପୁର, ନୟାଗଡ଼, କେନ୍ଦ୍ରାପଡ଼ା, କଟକ ଓ ଅନୁଗୁଳ ଅଞ୍ଚଳର ଅଛନ୍ତି। ତେବେ ସେମାନଙ୍କୁ ସେଠାରୁ ବସ୍ ଯୋଗେ ନିଜ ଜିଲ୍ଲାକୁ ପଠାଯିବ।