ଝାରସୁଗୁଡ଼ା କୋଭିଡ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା ହେଲ୍ପ ଡେକ୍ସ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା କୋଭିଡ ହସ୍ପିଟାଲରେ ଭର୍ତ୍ତି ଥିବା ଆକ୍ରନ୍ତଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସେମାନଙ୍କ ପରିବାରବର୍ଗଙ୍କୁ ଜଣାଇବା ପାଇଁ ହସ୍ପିଟାଲ ପରିସର ମଧ୍ୟରେ ଏକ ୨୪ ଘଣ୍ଟିଆ ହେଲ୍ପ ଡେସ୍କ କାର୍ଯ୍ୟକ୍ଷମ କରାଯାଇଛି। ଏହାଦ୍ୱାରା ୦୬୬୪୫-୨୭୦୦୧୦ ବା ୭୮୪୮୦୯୮୫୯୪ ନମ୍ବରକୁ ଫୋନ କରି ଲୋକେ ସେମାନଙ୍କ ସମ୍ପର୍କୀୟଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜାଣିପାରିବେ। ଏଥିସହିତ ସେମାନଙ୍କୁ କ’ଣ ସୁବ ଚିକିତ୍ସା ସେବା ପ୍ରଦାନ କରାଯାଉଛି ସେସମ୍ପର୍କରେ ମଧ୍ୟ ଅବଗତ ହୋଇପାରିବେ।

ପ୍ରକାଶଯୋଗ୍ୟ, ଝାରସୁଗୁଡ଼ା କୋଭିଡ ହସ୍ପିଟାଲରେ ଝାରସୁଗୁଡ଼ା ତଥା ପଡ଼ୋଶୀ ବରଗଡ଼ ଜିଲ୍ଲାର କୋରାନା ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯାଉଛି। କୋଭିଡ ନିର୍ଦ୍ଦେଶିକା ଅନୁଯାୟୀ, ଚିକିତ୍ସା ସେବା ଯୋଗାଉଥିବା କାର୍ଯ୍ୟକର୍ତ୍ତାଙ୍କ ବ୍ୟତୀତ ଅନ୍ୟ କେହି ହସ୍ପିଟାଲକୁ ଯାଇପାରୁନାହାନ୍ତି। ଫଳରେ ରୋଗୀଙ୍କ ପରିବାରବର୍ଗ ଓ ସମ୍ପର୍କୀୟମାନେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜାଣି ପାରୁନାହାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଓ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ବିଷୟରେ ଅବଗତ କରାଇବା ପାଇଁ ଏହି ୨୪ ଘଣ୍ଟିଆ ହେଲ୍ପ ଡେସ୍କ କାର୍ଯ୍ୟକ୍ଷମ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।