ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ପୋଟେରୁ ନଦୀ ପୋଲରେ ୩ ଫୁଟର ବର୍ଷା ଜଳ ପ୍ରବାହିତ

ମାଲକାନଗିରି,ଏନ୍ଏନ୍ଏସ୍: ରାଜ୍ୟରେ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାର ପୋଟେରୁ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ପୋଟେରୁ ପୋଲ ଉପରେ ୩-୪ ଫୁଟ ଉଚ୍ଚର ପାଣି ଚାଲୁଛି। ସେହିପରି କାଙ୍କରକୋଣ୍ଡା ଏମଭି-୯୦ ନିକଟରେ ଥିବା ପୋଲ ଉପରେ ମଧ୍ୟ ୪-୫ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଛି। ଫଳରେ ମାଲକାନଗିରିରୁ କାଲିମେଳା ଓ କାଲିମେଳାରୁ ମୋଟୁକୁ ଯାତାୟାତ ବନ୍ଦ ରହିଛି।

ସେହିପରି କନ୍ୟାଶ୍ରମ ନିକଟରେ ଥିବା ପୋଲ ଉପରେ ପାଣି ଚାଲୁଥିବାରୁ କଲିମେଳାରୁ ପଡ଼ିଆକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ଉଭୟ ପାଶ୍ୱର୍ରେ ଅନେକ ଯାନବାହନ ଓ ଲୋକେ ଅଟକି ରହିଛନ୍ତି। ବନ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ମଧ୍ୟ ଆଲର୍ଟ ରହିଛି।