ମାଲକାନଗିରିରେ ପ୍ରବଳ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଫଳରେ ବିଭିନ୍ନ ନଦୀ ନାଳର ଜଳସ୍ତର ବୃଦ୍ଧିି ପାଇବାରେ ଲାଗିଛି। ଲଗାଣ ବର୍ଷାରେ ଜିଲ୍ଲାର ଏମଭି- ୯୬ ଗ୍ରାମ ନିକଟସ୍ଥ ଉପର ଦେଇ ପ୍ରାୟ ୨୨ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ମାଲକାନଗିରି ଜିଲ୍ଲା ସଦର ମହକୁମା ଓ କାଲିମେଳାଠାରୁ ଏମଭି- ୭, ମୋଟୁ ମଧ୍ୟରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ଏହି ସମସ୍ତ ପୋଲର ଦୁଇ ପାର୍ଶ୍ୱରେ ବହୁ ଯାନବାହାନ ସହ ସାଧାରଣ ଜନତା ଅଟକି ରହିଥିବା ଦେଖାଯାଇଛି।

ଜିଲ୍ଲାରେ ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାର ମାଲକାନଗିରି ବ୍ଳକରେ ୧୧.୪୦ମିଲିମିଟରଖଇରପୁଟରେ ୨୦ ମିଲିମିଟର, କୁଡ଼ୁମୁଲୁଗୁମ୍ମାରେ ୧୫ ମିଲିମିଟର, କୋରୁକୋଣ୍ଡାରେ ୩୭ ମିଲିମିଟର, କାଲିମେଳାରେ ୯୯ ମିଲିମିଟର ବର୍ଷା ହୋଇଥିବା ବେଳେ ହାରାହାରି ଜିଲ୍ଲାରେ ୧୩.୨୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେବେ ମାଥିଲି ବ୍ଲକ୍ ଓ ପଡ଼଼ିଆ ବ୍ଲକରେ ବର୍ଷା ହୋଇନଥିବା ଜଣାପଡ଼ିଛି।