ଲଗାଣ ବର୍ଷା ଯୋଗୁଁ ଉପୁଜିଛି ବନ୍ୟା ପରିସ୍ଥିତି

ଭବାନୀପାଟଣା,ଏନ୍ଏନ୍ଏସ୍: ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ପୁଣି ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଗତ ଦୁଇଦିନ ହେବ ବର୍ଷା ଲାଗି ରହିଥିବାରୁ କୋକସରା ବ୍ଲକ୍ ଆମପାଣି ଗ୍ରାମର ତଳି ଅଞ୍ଚଳରେ ରହୁଥିବା ମାଝୀ ପଡ଼ାରେ ବର୍ଷା ପାଣି ଘରେ ଘରେ ପଶିଯାଇଛି। ଫଳରେ ଘରେ ଥିବା ଆସବାବପତ୍ର ଓ ଖାଦ୍ୟ ସାମଗ୍ରୀ ବର୍ଷା ପାଣି ଯୋଗୁଁ ନଷ୍ଟ ହୋଇଥିବା ଜଣାଯାଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପୀଡ଼ିତା ପରିବାରଙ୍କ ନିକଟରେ ପଞ୍ଚାୟତ ଜନପ୍ରତିନିଧି କିମ୍ବା ବ୍ଲକ୍ ପ୍ରଶାସନ ପହଞ୍ଚି ନଥିବା ଜଣାପଡ଼ିଛି।