କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ତୁରୁମୁଙ୍ଗା ଅଞ୍ଚଳରେ ଗୁରୁବାର ଅପରାହ୍ଣରେ କାଳବୈଶାଖୀ ପ୍ରଭାବରେ ପବନ ଓ ଘଡଘଡି ସହ ବର୍ଷା ହୋଇଥିଲା। ବର୍ଷା ପ୍ରଭାବରେ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ତୁରୁମୁଙ୍ଗା ଥାନାର ପାଚେରୀ ଭାଙ୍ଗି ପଡିଛି। ୪୯ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ମଣ୍ଟେକାର୍ଲୋ ନାମକ ଏକ ଠିକାସଂସ୍ଥା ୩ ବର୍ଷ ତଳୁ କାର୍ଯ୍ୟ ଆରମ୍ଭ କରିଛି। ଅଧ ପନ୍ତରିଆ ଭାବେ କେନାଲ ନିର୍ମାଣ କରି ପାଣି ନିଷ୍କାସନର ବ୍ୟବ୍ୟସ୍ଥା କରିନଥିବାରୁ ବର୍ଷାଜଳ ଡ୍ରେନରେ ଯାଇ ନ ପାରି ପାଣି ପଶି ପାଚରି ଭୁଶୁଡି ପଡିଛି। ତେବେ ପାଚେରୀ ବର୍ଷାଜଳ ଥାନା ପରିସରରେ ପଶି ତୁରୁମୁଙ୍ଗା ଥାନାର ବ୍ୟାରେକ ପରିସର ପୋଖରୀର ଭ୍ରମ ସୃଷ୍ଟି କରିଛି। ସେହିପରି ପବନ ଯୋଗୁ ସାହାରପଡା ବ୍ଲକ୍ ନିକଟ ପାତ୍ର ସାହିରେ ଭୁବନ ପାତ୍ରଙ୍କ ଘର ଉପରେ ଏକ ବିଶାଳ ଶାଳଗଛ ପଡି ଯିବାରୁ ଦୁଇ ବଖରା ଘରର ଆଜବେଷ୍ଟସ ଛପର ଭାଙ୍ଗି ପଡିଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହୀନୀ ପହଞ୍ଚି ଗଛକୁ କାଟିଛନ୍ତି।