ନାବାଳକ ଗାଡ଼ି ଚାଳକ ଉପରେ ମୋଟା ଅଙ୍କର ଫାଇନ

ଭଦ୍ରକ,ଏନ୍ଏନ୍ଏସ୍: ନାବାଳକ ବାଇକ୍ ଚାଳକଙ୍କ ଉପରେ ପରିବହନ ବିଭାଗ ମୋଟା ଅଙ୍କର ଫାଇନ କଷିଛି। ଆଇନ ଅମାନ୍ୟ କରିଥିବାରୁ ଗାଡ଼ି ଉପରେ ୪୨, ୫୦୦ ଟଙ୍କାର ଫାଇନ୍ କଷିଛି ଭଦ୍ରକ ଆରଟିଓ । ରଙ୍ଗ ରୁଟରେ ଯିବା ସହ ଗାଡ଼ିର କୌଣସି କାଗଜପତ୍ର ନଥିବା ଓ ଭଦ୍ରକର ଜଣେ ନାବାଳକ ଛାତ୍ରଙ୍କୁ ଜୋରିମାନା କରିଛନ୍ତି ପରିବହନ କର୍ମଚାରୀ।
ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଥିଲେ ବି ଚେତୁ ନାହାନ୍ତି ଲୋକେ ।

ଛୋଟ ପିଲାମାନଙ୍କୁ ଗାଡ଼ି ଚଳାଇବାକୁ ଦେଉଛନ୍ତି। ଗତ ୬ ତାରିଖ ଦିନ ଭଦ୍ରକର ଜଣେ କଲେଜ ଛାତ୍ରଙ୍କ ଠାରୁ ଟ୍ରାଫିକ୍ ଆଇନ୍ ଉଲ୍ଲଂଘନ ନେଇ ଜରିମାନା ଆଦାୟ କରିଛି ଆରଟିଓ । ୧୬ ନମ୍ବର ଜାତୀୟ ରାଜପଥରେ ଭଣ୍ଡାରୀପୋଖରୀ କହରାପୋଖରୀ ଛକ ନିକଟରେ ଗୋଟିଏ ହିରୋହୁଣ୍ଡା ଗ୍ଲାମର ବାଇକରେ ୩ ଜଣ କଲେଜ ଛାତ୍ର ବିନା ହେଲମେଟରେ ଯିବା ସହ ରଙ୍ଗ ରୁଟରେ ଗାଡ଼ି ଚଳାଉଥିଲେ ।

କେବଳ ଏତିକି ନୁହେଁ, ପୁଣି ଦ୍ରୁତ ଗତିରେ ବି ଗାଡ଼ି ଚଳାଉଥିଲେ କଲେଜ ଛାତ୍ର । ଦ୍ରୁତ ଗାଡ଼ିଚାଳନା ଦେଖି ୩ଜଣଙ୍କୁ ଅଟକାଇ କାଗଜ ପତ୍ର ଯାଞ୍ଚ କରାଯାଇଥିଲା। ଗାଡ଼ିରେ ବସିଥିବା ୩ଜଣ ଯାକ ଛାତ୍ର ନାବାଳକ ଥିଲେ ବୋଲି ଆଧାର କାର୍ଡ଼ ଦେଖିବା ପରେ ଜଣାପଡ଼ିଥିଲା । ଫଳରେ ଟ୍ରାଫିକ୍ ଆଇନ୍ ଉ୍ଲଲଂଘନ କରିଥିବାରୁ ୪୨, ୫୦୦୦ ଟଙ୍କାର ଚାଲାଣ କାଟିଥିଲେ ଭଦ୍ରକ ଆଟିଓ ।