ଥରିଲା ଦାରିଙ୍ଗବାଡ଼ି, ୯.୫ ଡିଗ୍ରୀକୁ ଖସିଲା ପାରଦ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ମଙ୍ଗଳବାର ଠାରୁ ପ୍ରବଳ ଶୀତ ଲାଗି ରହିଥିବା ବେଳେ ଶୁକ୍ରବାର ଏଠାରେ ତାପମାତ୍ରା ୯.୫କୁ ଖସିଛି। ଗତ୨ଦିନ ଧରି ଦାରିଙ୍ଗ ବାଡ଼ିର ତାପମାତ୍ରା ୧୦ଡିଗ୍ରୀ ରହିଥିବା ବେଳେ ଶୁକ୍ରବାର ସକାଳ ୮ଟା ସୁଦ୍ଧା ଏହା ହ୍ରାସ ପାଇ ୯.୫ ଡିଗ୍ରୀରେ ପହଞ୍ଚିଛି।

ପ୍ରବଳ ଶୀତ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଯଥିବା ଦେଖିବାକୁ ମିଳିଛି। ଏ ନେଇ ଲୋକେ ସ୍ଥାନେ ସ୍ଥାନେ ନିଆଁ ଲଗାଇ ପୁଉଁ ଥିବା ଦେଖିବାକୁ ମିଳିଛି। ସେହିପରି ଗତବର୍ଷ ଦାରିଙ୍ଗବାଡ଼ିରେ ଶୀତ ଆହୁରି ବଢ଼ିବ ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି।