ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବରରୁ ଦିନିକିଆ ୱାର୍ଲ୍ଡକପ ଆରମ୍ଭ ହେବ । କିନ୍ତୁ ଅନେକ ଭାରତୀୟ ଖେଳାଳୀ ଆହତ ହେବାକୁ ନେଇ ମ୍ୟାନେଜମେଣ୍ଟ ଚିନ୍ତାରେ ପଡ଼ିଛି । ଇତିମଧ୍ୟରେ ଖେଳାଳୀଙ୍କ ପଡ଼ିଆକୁ ଫେରିବାକୁ ନେଇ ବଡ଼ ଅପଡେଟ ସାମ୍ନାକୁ ଆସିଛି ।
ଭାରତୀୟ ଟିମର ଷ୍ଟାର ବୋଲର ଜସପ୍ରୀତ ବୁମରାହ, ୱିକେଟକିପର ବ୍ୟାଟ୍ସମେନ କେଏଲ୍.ରାହୁଲ ଓ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଅୟର ୱାର୍ଲ୍ଡକପ୍ ପୂର୍ବରୁ ଉପଲବ୍ଧ ରହିବେ । ବୁମରାହ ଓ ଶ୍ରେୟସ ଆୟର୍ଲାଣ୍ଡ ସିରିଜରେ ପଡ଼ିଆକୁ ଫେରିବେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ କେଏଲ ରାହୁଲ ଚଳିତ ସପ୍ତାହ ବ୍ୟାଟିଂ ଅଭ୍ୟାସ ଆରମ୍ଭ କରିବେ ବୋଲି ଜଣାପଡ଼ିଛି ।