ବଦଳିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ବର୍ତ୍ତମାନ କରୋନା ଭଳି ସ୍ଥିତିରେ ଆଜି ବରିଷ୍ଠ ଆଇଏଏସଙ୍କ ସ୍ତରରେ ଏକ ଛୋଟ ଧରଣର ବଦଳି କରିଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ବଦଳି ହୋଇଛି । ନିକୁଞ୍ଜ ଧଳଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ରୂପେ ନୂଆ ଦାୟିତ୍ୱ ଦିଆଯାଇଛି । ସେହିଭଳି ଶକ୍ତିି ସଚିବ ବିଷ୍ଣୁପଦ ସେଠୀଙ୍କୁ ରାଜସ୍ୱ ବିଭାଗର ସଚିବ ରୂପେ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ସନ୍ତୋଷ ଷଡଙ୍ଗୀ ବିଜ୍ଞାନ ଓ ବୈଷୟିକ ବିଭାଗର ସଚିବ ହୋଇଛନ୍ତି । ହେଲେ ବର୍ତମାନର କରୋନା ଭଳି ସ୍ଥିତି ସମୟରେ ଗୋଟିଏ ମାତ୍ର ବିଭାଗ ଦାୟିତ୍ୱ ତୁଲାଉଥିବା ବେଳେ ବର୍ତମାନ କେଉଁ କାରଣ ପାଇଁ ସ୍ୱାସ୍ଥ୍ୟ ସଚିବଙ୍କୁ ବଦଳି କରାଯାଇଛି, ତାକୁ ନେଇ ଏକ ପ୍ରଶ୍ନ ମଧ୍ୟ ଉଠୁଛି । ପୂର୍ବରୁ ସରକାର କରୋନା ଘଟଣାକୁ ନେଇ କେତେକ ଜରୁରୀ ବିଭାଗ ଦାୟିତ୍ୱ କିଛି ବରିଷ୍ଠ ଅଧିକାରୀଙ୍କୁ ଦେଇଥିଲେ ।