ଡାକ୍ତର ପଦବୀ ପୂରଣ ପାଇଁ ଓପିଏସସିକୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଖାଲି ଥିବା ୩,୨୭୮ ଡାକ୍ତର ପଦବୀ ପୂରଣକୁ ନେଇ ଓଡ଼ିଶା ଲୋକସେବା ଆୟୋଗକୁ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପ୍ରମୋଦ ମେହେର୍ଦ୍ଦା ଚିଠି ଲେଖି ଜଣାଇଛନ୍ତି। ଏଥିମଧ୍ୟରେ ସାଧାରଣ ବର୍ଗର ୧୩୫୮ ପଦବୀ ଖାଲି ଥିବା ବେଳେ ଏସସିବିସିଙ୍କ ପାଇଁ ୧୩୬, ଅନୁସୂଚିତ ଜାତିଙ୍କ ପାଇଁ ୭୦୯, ଅନୁସୂଚିତ ଜନଜାତିଙ୍କ ପାଇଁ ୧୦୭୫ ପଦବୀ ଅନ୍ତର୍ଭୁକ୍ତ ରହିଛି। ଏଥିନେଇ ଶିଘ୍ର ଡାକ୍ତରୀ ପରୀକ୍ଷା କରି ତାଲିକା ପଠାଇବା ପାଇଁ ଉଲ୍ଲେଖ କରାଯାଇଛି। ଏଥିପାଇଁ ଓପିଏସସି ତୁରନ୍ତ ବିଜ୍ଞାପନ ପ୍ରକାଶ କରିବା ପାଇଁ କୁହାଯାଇଛି।

ସାଧାରଣ ବର୍ଗଙ୍କ ପାଇଁ ୨୮୪୨ ପଦବୀ ଥିଲା ବେଳେ ବର୍ତମାନ ୧୪୮୪ ଜଣ ଅଛନ୍ତି। ସେହିପରି ଏସସିବିସିଙ୍କ ପାଇଁ ୬୩୯ଟି ପଦବୀ ମଂଜୁରୀପ୍ରାପ୍ତ ହୋଇଥିଲା ବେଳେ ୫୦୩ ଅଛନ୍ତି। ଅନୁସୂଚିତ ଜାତିଙ୍କ ପାଇଁ ୯୨୩ ପଦବୀ ରହିଥିଲା ବେଳେ ଏବେ ୨୧୪ ଜଣ ଡାକ୍ତର ଅଛନ୍ତି। ସେହିପରି ଅନୁସୂଚିତ ଜନଜାତିଙ୍କ ପାଇଁ ୧୨୭୯ ମଂଜୁରୀପ୍ରାପ୍ତ ପଦବୀ ଥିବା ବେଳେ ୨୦୪ ଜଣ ଅଛନ୍ତି। ୨୦୦୦ ଏଲଟିଆରଏମଓ ପଦବୀ ଅନ୍ତର୍ଭୁକ୍ତ ରହିଛି।