ବେଜିଂ,ଏଜେନ୍ସି : ଚୀନର ୟୁହାନ ସହରରେ ଆରୋଗ୍ୟ ଲାଭ କରିଥିବା କୋଭିଡ-୧୯ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୯୦ ଭାଗ ଲୋକଙ୍କର ଫୁସଫୁସ୍ ନଷ୍ଟ ପ୍ରାୟ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍-୧୯ ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାପରେ ଏହି ତଥ୍ୟ ଜଣାପଡ଼ିଛି। ୟୁହାନ ବିଶ୍ୱବିଦ୍ୟାଳୟର ଝୋଙ୍ଗନାନ ହସ୍ପିଟାଲର ଗୋଟିଏ ଟିମ ଗତ ଏପ୍ରିଲରୁ ଆରୋଗ୍ୟ ଲାଭ କରିଥିବା ୧୦୦ କୋଭିଡ୍-୧୯ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଟିମର ନେତୃତ୍ୱ ନେଇଥିଲେ ହସ୍ପିଟାଲର ଆଇସିୟୁ ମୁଖ୍ୟ ପେଙ୍ଗ ଝିୟୋଙ୍ଗ। ବର୍ଷିକିଆ ସ୍ୱାସ୍ଥ୍ୟ ପରୀକ୍ଷା ଅଭିଯାନର ପ୍ରଥମ ପର୍ଯ୍ୟାୟ ରିପୋର୍ଟରେ ହାରାହାରି ୫୯ ବର୍ଷ ବୟସର କୋଭିଡ ଆରୋଗ୍ୟଙ୍କୁ ପ୍ରାଥମିକତା ଦିଆଯାଇଥିଲା। ଡାକ୍ତରୀ ଟିମ୍ ମୁଖ୍ୟଙ୍କ ମତରେ କୋଭିଡ୍-୧୯ ସଂକ୍ରମଣରୁ ମୁକ୍ତ ହେବାପରେ ମଧ୍ୟ ଆକ୍ରାନ୍ତଙ୍କ ଫୁସଫୁସ୍ ସମ୍ପୂର୍ଣ୍ଣ ସୁସ୍ଥ ହେଉନାହିଁ। ତେଣୁ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ସମ୍ଭାବନାକୁ ଏଡ଼ାଇବା ମୁସ୍କିଲ। କରୋନା ଭୂତାଣୁ କେତେବର୍ଷ ଧରି ଶରୀରରେ ରହିବ, ତାହା କହିବା କଷ୍ଟକର ବ୍ୟାପାର। ସାଧାରଣ ମଣିଷ ଥରେ କରୋନା ଶିକାର ହେଲେ, ସେଥିରୁ ଶତପ୍ରତିଶତ ଆରୋଗ୍ୟ ଲାଭ କରିବା ସମ୍ଭବ ନୁହେଁ।