ଥୁଆମୂଳ ରାମପୁର,ଏନ୍ଏନ୍ଏସ୍: ଅନ୍ତୋଦୟ ସଂସ୍ଥା ପକ୍ଷରୁ ଥୁଆମୂଳ ରାମପୁର ବ୍ଲକ୍ ମହୁଲପାଟଣା ସ୍ଥିତ ରାଜୀବ ଗାନ୍ଧୀ ଭାରତ ନିର୍ମାଣ ସେବା କେନ୍ଦ୍ର ଠାରେ ଆଶାକର୍ମୀ ମାନଙ୍କୁ ନେଇ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କ୍ଲଷ୍ଟର ସ୍ତରରେ ଆୟୋଜିତ ଏହି ଶିବିରରେ ମହୁଲପାଟଣା କ୍ଲଷ୍ଟରର ୪୫ ଜଣ ଆଶାକର୍ମୀ ଏହି ଶିବିରରେ ତାଲିମ ନେଇଛନ୍ତି।
ୟୁନିସେଫ୍ ସହାୟତାରେ ମା’ ଓ ଶିଶୁ ସ୍ବାସ୍ଥ୍ୟ, ଗ୍ରାମ୍ୟ ପରିମଳ, ବାଲ୍ୟବିବାହ ନିରୋଧ ଓ କରୋନା ସଚେତନତା ଏବଂ ଟିକାକରଣ ସମ୍ବନ୍ଧରେ ସମ୍ପୂର୍ଣ୍ଣ ବାର୍ତ୍ତା ବିଷୟ ନେଇ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମହୁଲପାଟଣା ମେଡିକାଲ ସୁପରଭାଇଜର୍ ଲକ୍ଷ୍ମୀ ନାରୟଣ ମହାରଣା, ସ୍ବାସ୍ଥ୍ୟ କର୍ମୀ ହେମନ୍ତ ହିଆଲ୍, ତ୍ରିନାଥ ଶବର ଆଶାକର୍ମୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଅନ୍ତୋଦୟ ସଂସ୍ଥା ଦ୍ବାରା ଆୟୋଜିତ ଏହି ତାଲିମ ଶିବିରର ପରିଚାଳନା ଦାୟିତ୍ବ ନେଇଥିଲେ ସଂସ୍ଥାର ସଂଯୋଜକ ବିଣାକାର ନାଏକ ଏବଂ ଅଖିଳ ନାଏକ।