ଆସନ୍ତା ୧୫ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆରମ୍ଭ ହେବ ବସ ସେବା
ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟରେ ଝାରସୁଗୁଡାରେ ଉପୁଜୁଥିବା ସ୍ୱାସ୍ଥ୍ୟ ସମସ୍ୟା ଓ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥ ବିନିଯୋଗ ଉପରେ ଶୁକ୍ରବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଯୋଗଦେଇ କହିଛନ୍ତି ଜିଲ୍ଲାର ସମସ୍ତ ସରକାରୀ ଚିକିତ୍ସାଳୟରେ ଉପଲବ୍ଧ ଥିବା ସ୍ୱାସ୍ଥ୍ୟ ଜନିତ ସମସ୍ତ ସୁବିଧା ରୋଗୀଙ୍କମାନଙ୍କୁ ଯୋଗାଇ ଦିଆଯାଉ। ଗରିବ ରୋଗୀଟିଏ ଚିକିତ୍ସା ଅବହେଳା ତଥା େଓøଷଧ ନପାଇ ଯେମିତି ଫେରି ନଯାଆନ୍ତି ସେଥି ପ୍ରତି ବିଶେଷ ଧ୍ୟାନ ଦିଆଯାଉ। ଯଦି ଡାକ୍ତରଖାନାରେ ଓଷଧ ଉପଲବ୍ଧ ନାହିଁ ତେବେ ବାହାରୁ କିଣି ତାଙ୍କୁ ଓଷଧ ଯୋଗାଅ ବୋଲି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଏହାସହ ରୋଗୀଙ୍କ ସୁବିଧା ପାଇଁ ଆଗାମୀ ୧୫ ତାରିଖରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବସ ସେବା ଯୋଗାଇ ଦିଆଯିବ। ସେଥିରେ ରୋଗୀମାନେ କେବଳ ୧୦ ଟଙ୍କା ପୈଠକରି ମୁଖ୍ୟ ଚିକିତ୍ସାଳୟକୁ ଯାଇ ପାରିବେ ବୋଲି ସେ କହିଛନ୍ତି।
ବୈଠକରେ ଜିଲ୍ଲାରେ ଖାଲିପଡିଥିବା ୩୪ ଜଣ ଡାକ୍ତର ପଦବୀ ପୁରଣ, ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଶବ ବ୍ୟବଚ୍ଛେଦ କେନ୍ଦ୍ର ସ୍ଥାପନ, ଝାରସୁଗୁଡା ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟ ପୋଷ୍ଟମୋଟର୍ମ ଗୃହ ନିର୍ମଣ, ମଙ୍ଗଳ ବଜାର ସ୍ଥିତ ପୂରୁଣା ମୁଖ୍ୟ ଚିକିତ୍ସାଳୟକୁ ୩୦ ଶର୍ଯ୍ୟା ବିଶିଷ୍ଠ କରି କାର୍ଯ୍ୟକ୍ଷମ କରାଇବା, କୋଲାବିରା ଏବଂ ମୁନ୍ଦ୍ରଜୋର ଚିକତ୍ସାଳୟରେ ଡିଜେଲ ଜେନେରଟର ସେଟ ସ୍ଥାପନ, ରାଜପୁର ପିଏସି କୁ ୫ ବର୍ଷ ପୂର୍ବେ ସିଏସସି ଘୋଷାଣ କରାଯାଇଥିଲେ ହେଁ ଏହାର ଇନଫ୍ରଷ୍ଟକଚର ଏବଂ ଡାକ୍ତର ସମସ୍ୟା ଦୁରିକରଣ, ପଲସଦା ଡାକ୍ତରଖାନାର ଷ୍ଟାଫ କ୍ୟୁାଟର ନିର୍ମାଣ, କନକତୋରା ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି, ଜିଲ୍ଲାର ସମସ୍ତ ଚିକିତ୍ସାଳୟକୁ ୨୪ ଘଣ୍ଟା ପାଣି ଓ ବିଦ୍ୟୁତ ଯୋଗାଣ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଲ୍ଟ୍ରାସାଉଣ୍ଡ ମସିନ ସ୍ଥାପନ ଆଦି ସମସ୍ୟା ଉପରେ ଆଲୋଚନା କରାଯାଇଛି। ଆଲୋଚନା ପରେ ଏସମସ୍ତ ସମସ୍ୟାକୁ ଶୀଘ୍ର ସମାଧାନ କରାଯିବ ବୋଲି ମନ୍ତ୍ରୀ ନବ ଦାସ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ବେଲପାହାଡ ପିଏସସିକୁ ୧୦୦ ଶଯ୍ୟା କରିବା ପାଇଁ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଲିଖିତ ଭାବରେ ଜଣାନ୍ତୁ। ଏହାପରେ ସିଡିଏମୋ ଜଗଦିଶ ଚନ୍ଦ୍ର ବାରିକ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଉପରେ କହିଛନ୍ତି ଜିଲ୍ଲାର ଶିଶୁ ଏବଂ ମାତୃ ହାର ହ୍ରାସ ପାଇଛି। ଏହାସହ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି। ପ୍ରତିଦିନ ପ୍ରାୟ ୯୦ ଜଣ ଏଠାରେ ଏଡମିଟ ହେଉଥିବା ବେଳେ ୮ଶହ ଜଣ ଓପିଡିରୁ ଚିକିତ୍ସା କରାଉଛନ୍ତି ବୋଲି ସିଡିଏମୋ ପ୍ରକାଶ କରିଛନ୍ତି।
ସେହିପରି ୨୦୧୫-୧୬ରୁ ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ଜିଲ୍ଲା ଖଣିଜ ପାଣ୍ଠିରୁ ଝାରସୁଗୁଡାକୁ ମିଳିଥିବା ୬୬୮ଟଙ୍କା ବିନିଯୋଗ ତିଆରି ହୋଇଥିବା ସମସ୍ତ ପ୍ରକଳ୍ପ ଓ ତିଆରି ହେବାକୁଥିବା ପ୍ରକଳ୍ପ ଉପରେ ମଧ୍ୟ ସମୀକ୍ଷା କରାଯାଇଛି। ଏଥିରେ କୁହାଯାଇଛି ଯେ, ଜିଲ୍ଲା ଖଣିଜ ପାଣ୍ଠି ବନିନେଯୋଗ କରି ଝାରସୁଗୁଡାର ତିନୋଟି ପ୍ରମୁଖ ସହର ଝାରସୁଗୁଡା, ବ୍ରଜରାଜନଗର ଓ ବେଲପାହାଡର ପ୍ରତ୍ୟେକ ଘରକୁ ୨୦୨୧ ସୁଦ୍ଧା ପାନୀୟ ଜଳ ଯୋଗାଣ କରାଯିବ। ସମସ୍ତ ବ୍ଲକ ଓ ଗ୍ରାମାଂଚଳରେ ଡିଏମଏଫ ପାଣ୍ଠିରୁ ବ୍ୟୟ କରି ପାଇପ ଯୋଗେ ଲୋକଙ୍କ ଘରକୁ ପାଣି ଯୋଗାଇ ଦିଆଯିବ। ଝାରସୁଗୁଡା ନୂତନ ବସଷ୍ଟାଣ୍ଡ ଅଗଷ୍ଟ ୨୦୨୦ ସୁଦ୍ଧା କାଯ୍ୟକ୍ଷମ ହେବ। ବନ୍ଦ ପଡିଥିବା ସରବାହାଲ ରେଲେଓ ଓଭରବ୍ରିଜର ପୁଣି କାର୍ଯ୍ୟ ଆରମ୍ଭ ହେବ, ଜିଲ୍ଲାରେ ୪ଟି ମେଗା ଲିଫ୍ଟ ପ୍ରୋାଜେକ୍ଟରୁ ମାତ୍ର ଗୋଟିଏ କାର୍ଯ୍ୟକରୁଛି ଅନ୍ୟ ପ୍ରକଳ୍ପ ଗୁଡିକର ଶୀଘ୍ର କାର୍ଯ୍ୟକାରୀ ଆଦି ଉପରେ ଆଲୋଚନା ହେଇଛି। ଏହା ପ୍ରଶନ୍ନ ପଣ୍ଡା ଛକରେ ଓଭରବ୍ରିଜ ନିର୍ମାଣ ପାଇଁ ଓପିଟିସିଏଲ ଓସ୍କୋ ଓ ପିଡବ୍ଲୁଡି ମଧ୍ୟରେ ବୈଠକ ଅନୁଷ୍ଠିତ କରି ବାଧା ସାଜୁଥିବା ବିଦ୍ୟୁତ ସରବରାହ ସମସ୍ୟାକୁ ଦୁର କରିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ମନ୍ତ୍ରୀ ନବ କିସୋର ଦାସ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ଜିଲ୍ଲପାଳ ସରୋଜ କୁମାର ସାମଲ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ତପିରାମ ମାଝୀ, ଜିଲ୍ଲା ପରିଷଦ ଚେୟାରମ୍ୟାନ ଲକ୍ଷ୍ମୀ ନାରାୟଣ ପଟେଲ, ସମସ୍ତ ପାଂଚୋଟି ବ୍ଲକ ଚେୟାରମ୍ୟାନ ତଥା ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।