ବୁର୍ଲା ମେଡିକାଲରେ ଡାକ୍ତରଙ୍କ ଦାଦାଗିରି : ତଦନ୍ତ ପରେ କାର୍ୟ୍ୟାନୁଷ୍ଠାନ ନିଆଯିବ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ବୁର୍ଲା ମେଡିକାଲରେ ଯୁବକଙ୍କୁ ଡାକ୍ତରଙ୍କ ମାଡ ମାରିବା ଭିଡିଓ ଭାଇରାଲ ହେବା ଘଟଣାର ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶାର ଦାସ ପ୍ରକାଶ କରିଛନ୍ତି । ଏହି ଘଟଣାର ଅନୁଧ୍ୟାନ କରିବାପାଇଁ ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ସଚିବ ବୁର୍ଲା ଯାଇଛନ୍ତି । ତଦନ୍ତ ରିପୋର୍ଟ ମିଳିବା ପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ।