ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା କ୍ୟାପିଟାଲ ହସ୍ପିଟାଲରେ ୩ଟି ନୂତନ ବିଭାଗ ଉଦ୍‌ଘାଟିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ବୁଧବାର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦ୍ୱାରା ତିନୋଟି ନୂତନ ବିଭାଗର ଉଦ୍‌ଘାଟନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଦାସ ନିରାମୟ ଔଷଧ ବିତରଣ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ପରେ ଫିଜିଓଥେରାପି ଓ ଜଟିଳ ଟିବି ରୋଗ ଚିକିତ୍ସା କେନ୍ଦ୍ରର ଉଦ୍‌ଘାଟନ କରିଥିଲେ। ସୂଚନା ଅନୁଯାୟୀ ପୂର୍ବରୁ ନିରାମୟ କେନ୍ଦ୍ରରେ ସବୁବେଳେ ଭିଡ଼ରହୁଥିଲାବେଳେ ରୋଗୀମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଔଷଧ ନେଉଥିଲେ। ତେଣୁ ଆଉ ଗୋଟେ ନୂଆ ଔଷଧ ବିତରଣ କେନ୍ଦ୍ର ଖୋଲିଲା ପରେ ରୋଗୀ ସୁବିଧାରେ ଔଷଧ ନେଇପାରିବେ ଵୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ଦୀର୍ଘ ଦିନଧରିଫିଜିଓଥେରାପି ଚିକିତ୍ସା ପାଇଁ ଦାଵି ହେଉଥିଲା। ରୋଗୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉକ୍ତ କେନ୍ଦ୍ର ଖୋଲାଯାଇଛି। ସେହିପରି ଟିବି ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟିକୁ ପାଳନ କରିଵାକୁଯାଇ ଏପରି ସୁବିଧା ଲୋକଙ୍କ ପାଖରେ ପହଞ୍ଚାଯାଉଛି। ବର୍ତ୍ତମାନ ହସ୍ପିଟାଲରେ ୮୦ଜଣ ରୋଗୀ ସେବା ପାଉଛନ୍ତି। ଆଗକୁ ଆହୁରି ଅନେକ ସୁବିଧା ଉପଲବ୍ଧ ହେବ। ଖୁବଶୀଘ୍ର ଏମଆରଆଇ ସୁବିଧା ମିଳିବ ଵୋଲି ସେ କହିଛନ୍ତି। ଏହି ସମୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ନିର୍ଦ୍ଦେଶକ ଡାକ୍ତର ଅଶୋକ ପଟ୍ଟନାୟକ, ଡେପୁଟି ନିର୍ଦ୍ଦେଶକ ଧନଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ମନ୍ତ୍ରୀ ଶ୍ରୀ ଦାସ କ୍ୟାପିଟାଲ ହସ୍ପିଟାଲରେ ଥିବା ସମସ୍ତ ୱାର୍ଡ ବୁଲି ରୋଗୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।