ସ୍ୱାସ୍ଥ୍ୟ ମେଳା ଉଦଯାପିତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ତିଳେଇବଣି ବ୍ଲକ କଂସରସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ପକ୍ଷରୁ ହେଟଖମାର ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଦ୍ୱିଦିବସୀୟ ସ୍ୱାସ୍ଥ୍ୟ ମେଳା ଉଦଯାପିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ଡାକ୍ତର ଚିତ୍ତରଞ୍ଜନ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ମେଳାକୁ ଢୋଲପଡ଼ା ସରପଞ୍ଚ ଅନିତା ପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସ୍ୱାସ୍ଥ୍ୟ ଉପକେନ୍ଦ୍ର ଡାକ୍ତର ଚିତ୍ତରଞ୍ଜନ ସାହୁ ଓ ଡାକ୍ତର ପ୍ରିୟବ୍ରତ ଅରୁଣ ସାହୁ ୧୬୦ ରୁ ଊର୍‌ଦ୍ଧ୍ୱ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ନିଃଶୁଳ୍କରେ ଔଷଧ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱାସ୍ଥ୍ୟ କର୍ମୀ ଶାନ୍ତନୁ କୁମାର ସାହୁ, ଅଭିରାମ କୁମରା ଓ ତାରାବତୀ ମୁଣ୍ଡା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।